ଓଡିଶା

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର

(ମହାଭାରତ, ସତ୍ୟବାଦୀ): ପୁରୀ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସତ୍ୟବାଦୀ ବ୍ଲକର ବଳପୁର ଉଚ୍ଚ ବିଦ୍ୟାଳରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର ଯୋଗ ଦେଇ ସାଇବର ଲ ସମ୍ପର୍କରେ ଆଲୋକପାତ କରିଥିଲେ । ଏହାସହ ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ ଆୟ ଥିବା ବୟସ୍କ, ମହିଳା, ଭିନ୍ନକ୍ଷମ, ଶିଶୁ, ଦଙ୍ଗାଗ୍ରସ୍ତ ଅସହାୟ, ବନ୍ୟା ଓ ଏଚଆଇଭି ପୀଡିତମାନଙ୍କୁ ଆଇନସେବା ପ୍ରାଧିକରଣ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ଥାନାର ସେକେଣ୍ଡ ଅଫିସର ମଞ୍ଜୁଲତା, ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ଜେନା, ଶିକ୍ଷକ ବସନ୍ତ କୁମାର ମିଶ୍ର, ସାମ୍ବାଦିକ ଧୀରେନ୍ଦ୍ର ଦାସ, ସରପଞ୍ଚ ଚଞ୍ଚଳା ପାଣି, ତ୍ରିନାଥ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।

Related posts

ବ୍ୟାଣ୍ଡପାର୍ଟି ଗାଡି ଓଲଟି ୯ ଗୁରୁତର

mahabharatanews

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

mahabharatanews

ଘନେଇବାରେ ଲାଗିଛି ଡେଙ୍ଗୁ ଆତଙ୍କ:  ଖୋର୍ଦ୍ଧାରୁ ୧୦୫ ରୋଗୀ ଚିହ୍ନଟ

mahabharatanews