ଓଡିଶା

ଅଞ୍ଚଳଗୁମ୍ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାଂସଦ ରମେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବର ଉଦଘାଟନ କରିଥିଲେ । ସମ୍ନାନିତ ଅତିଥି ଭାବେ ବିଧାୟକ ସଦାଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ବାତରା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବକୀ ନାଏକ, ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ ଯୋଗ ଦେଇଥିଲେ । ଏହି ଅବସରରେ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ନୀଳକଣ୍ଠ ସିଂହ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀମାନେ ଆଗାମୀ ଦିନର ଭବିଷ୍ୟତ । ଏଣୁ ଭଲ ପାଠ ପଢି ଭଲ ମଣିଷ ହୋଇ ପିତାମାତାଙ୍କୁ ଗର୍ବିତ କରିବା ପାଇଁ ଅତିଥିମାନେ ଅଭିଭାଷଣ ରଖିଥିଲେ । ଏହାପରେ ସ୍କୁଲ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ । ଗୁରୁଜୀ ରିଙ୍କୁ ପଟ୍ଟନାଏକ ସଭା ପରିଚାଳନା କରିବା ସହ ଅତିଥିମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Related posts

ବାହାରିଲା ମାଟ୍ରିକ ସପ୍ଲିମେଣ୍ଟାରୀ ଫଳ 

mahabharatanews

ହୋଟେଲ କର୍ମଚାରୀଙ୍କୁ ମରଣାନ୍ତଙ୍କ ଆକ୍ରମଣ

mahabharatanews

ବିଧାନସଭାରେ ଜଳସମ୍ପଦ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

mahabharatanews