Uncategorized

ସୋସିଆଲ ମିଡିଆରୁ ବାଦ ପଡିବ ପାକ୍

ଲାହୋର: ସୋସିଆଲ ମିଡିଆର ସବୁଠାରୁ ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକ, ଟୁଇଟର ଓ ଗୁଗଲ ସମେତ ଅନ୍ୟ ବହୁ କମ୍ପାନୀ ପାକିସ୍ତାନ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି ସବୁ ସେବା ପାକିସ୍ତାନ ପାଇଁ ବନ୍ଦ କରିବାକୁ ଧମକ ଦେଇଛନ୍ତି । ଫେସବୁକ, ଗୁଗଲ, ଟୁଇଟର ପରି କମ୍ପାନୀ ଉପରେ ସେନ୍ସର ସିପ ଆଇନ ପାକ ପାଇଁ ଭାରି ପଡିବାକୁ ଯାଉଛି । ଏହା ଅନ୍ତର୍ଗତ ପାକିସ୍ତାନର ଡିଜିଟାଲ ସେନ୍ସର ଆଇନକୁ ନେଇ ଏହିସବୁ କମ୍ପାନୀ ପାକ ସରକାରରୁ ଚେତାବନୀ ଦେଇଛନ୍ତି । ପାକିସ୍ତାନରେ ସୋସିଆଲ ମିଡିଆ ପାଇଁ ଲାଗୁ ନୂଆ ଆଇନ କାରଣରୁ ଏହିସବୁ କମ୍ପାନୀଗୁଡିକ ପାଇଁ ସେମାନାଙ୍କ ସେବା ଜାରି ରଖିବା କଷ୍ଟ ହୋଇଛି । ଏହି କ୍ରମରେ ଏସିଆ ଇଣ୍ଟନେଟ କୋଲିସନ (ଏଆଇସି) ତରଫରୁ ଇମରାନ ଖାନ ସରକାରକୁ ପତ୍ର ଲେଖାଯାଇ ଆଇନରେ ପରିବର୍ତ୍ତନ ପାଇଁ କୁହାଯାଇଛି । ନ୍ୟୁଜ ଇଣ୍ଟରନାସନାଲ ମୁତାବକ, ଏହିସବୁ କମ୍ପାନୀଙ୍କ କହିବା କଥା, ବାକ ଓ ଗୋପନିୟତାକୁ ନେଇ ବ୍ୟକ୍ତି ସ୍ୱାଧୀନତା ସହ ଜଡିତ ଅଭିଯୋଗକୁ ନେଇ ସରକାର ତରଫରୁ ଉଚିତ ପଦକ୍ଷେପ ନିଆଯାଉ ନାହିଁ ।

Related posts

ଏସ୍‌ସିବି ମେଡ଼ିକାଲ କଲେଜରେ  ୫-ଟି ସଚିବ

mahabharatanews

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜରାଟ କଂଗ୍ରେସର ୨ ବିଧାୟକଙ୍କ ଇସ୍ତଫା

mahabharatanews

ସୁଦାନ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜେଲ ଦଣ୍ଡାଦେଶ

mahabharatanews