Uncategorized

ଫଡନବିସଙ୍କୁ ସୁପ୍ରିମକୋର୍ଟର ଝଟକା

(ନୂଆଦିଲ୍ଲୀ): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି । ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ଅଭିଯୋଗରେ ତାଙ୍କ ଦ୍ୱାରା କରାଯାଇଥିବା ପୁନର୍ବିଚାର ଆବେଦନ ସୁପ୍ରିମକୋର୍ଟରେ ମଙ୍ଗଳବାର ଖାରଜ ହୋଇଛି । ୨୦୧୪ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନାମାଙ୍କନ ସମୟରେ ଦାଖଲ ହୋଇଥିବା ସତ୍ୟପାଠରେ ମିଥ୍ୟା ସୂଚନା ଦେଇଥିବା ଅଭିଯୋଗ ହୋଇଥିଲା । ଫଡନବିସ ତାଙ୍କ ବିରୋଧରେ ୨ଟି ଅପରାଧିକ ମାମଲାର ସମ୍ପର୍କରେ ଉଲ୍ଲେଖ କରିନଥିଲେ । ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଥିଲା । ଏବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ଫଡନବିସ ଜାଣିଶୁଣି ଏଭଳି କରିଥିବା ସୁପ୍ରିମକୋର୍ଟ କହିଛନ୍ତି । ଏଣିକି ନାଗପୁର ଟ୍ରାଏଲ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ୨୦୧୪ ମସିହା ନିିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ନିଜ ନାଁରେ ଥିବା ଅପରାଧିକ ମାମଲାଗୁଡିକୁ ଲୁଚାଇଥିବା ଅଭିଯୋଗ ହୋଇଥିଲା । ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ସତୀଶ ଉଇକେଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ନିଜ ରାୟ ସଂରକ୍ଷିତ ରଖିଥିଲେ । କିିନ୍ତୁ ଫଡନବିସ ପୁଣି ଥରେ ମାମଲାର ପୁନର୍ବିଚାର କରିବାକୁ ଫେବୃଆରୀରେ ଆବେଦନ କରିଥିଲେ । ଏହାକୁ କୋର୍ଟ ଖାରଜ କରିଛନ୍ତି ।

Related posts

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

mahabharatanews

ଯାନ୍ତ୍ରିକ ତ୍ରୁଟି ପାଇଁ ୫ ଘଣ୍ଟା ଅଟକିଲା ତପସ୍ୱିନୀ ଏକ୍ସପ୍ରେସ

mahabharatanews

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ରାଜନେତାଙ୍କ ଖେଳ

mahabharatanews