(ଭୋପାଳ): ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କୁ ବିଜେପି କିଣୁଥିବା ଅଭିଯୋଗ ଆସିବା ପରେ ଏଠାରେ ରାଜନୀତି ସରଗରମ ହୋଇଛି । ତେବେ ପରେ କଂଗ୍ରେସ ବିଧାୟକମାନେ ବିକ୍ରୀ ହୋଇନାହାନ୍ତି । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ମୁଖ୍ୟମନ୍ତ୍ରୀ କମଲନାଥ କହିଛନ୍ତି । କିନ୍ତୁ କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିଥିବା ଦଳ ପ୍ରତି ଆକ୍ଷେପ କରି ମନ୍ତ୍ରୀ ବିଏସ ରାଥୋଡ କଡା ପ୍ରତିକ୍ରିୟା ଦେଇଛନ୍ତି । ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରିଥିବା ବିରୋଧୀ ନେତାମାନଙ୍କ ପର୍ଦ୍ଦାଫାସ ହେବ ଏବଂ ରାଜ୍ୟରେ ୫ ବର୍ଷ କଂଗ୍ରେସ ଶାସନରେ ରହିବ ବୋଲି ସେ କହିଛନ୍ତି । ତେବେ କଳାଟଙ୍କା ବଳରେ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କଂଗ୍ରେସ କରିବ ବୋଲି କହିବା ସହ ଯଦି ଆସ୍ଥା ଭୋଟ୍ର ଆବଶ୍ୟକତା ପଡେ ତେବେ କଂଗ୍ରେସ ତାହାର ସାମ୍ନା କରିବ ବୋଲି ରାଥୋଡ କହିଛନ୍ତି । ତାଙ୍କ ପୂର୍ବରୁ ରାଜ୍ୟରେ କମଲନାଥଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଷଡଯନ୍ତ୍ର ହୋଇଛି । କଂଗ୍ରେସର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ଏହାର ମାଷ୍ଟରମାଇଣ୍ଟ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଜିତୁ ପଟ୍ଟୱାରୀ କହିଥିଲେ । ତେବେ ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ନେତାଙ୍କ ଦଳ ବଦଳ ଓ ଏଥିପାଇଁ ଚାଲିଥିବା ଘୋଡା ବେପାରକୁ ନେଇ ଏବେ ରାଜ୍ୟରେ ରାଜନୀତି ସରଗରମ ହୋଇଛି ।
previous post
