ଚଣ୍ଡିଗଡ: ଦିଲ୍ଲୀ ହିଂସା ଉପରେ ରାତି ଅଧରେ ଶୁଣାଣି କରି ବଦଳି ହୋଇଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ ମୁରଲିଧର ଅ।।ଜି ପଞ୍ଜାବ ଓ ହରିଆଣା ହାଇକୋର୍ଟର ବିଚାରପତିଭାବେ ଶପଥ ନେଇଛନ୍ତି । ୧୭ ଫେବୃଆରୀରେ ତାଙ୍କର ଚଣ୍ଡିଗଡ ହାଇକୋର୍ଟକୁ ବଦଳି ସମ୍ପର୍କରେ ସୂଚନା ଦିଆଯାଇଥିଲା ଓ ଫେବ୍ରୃଆରୀ ୨୭ ତାରିଖରେ ସେ ଶେଷ ଥର ଶୁଣାଣି କରିଥିଲେ । ଗୁରୁବାର ଦିନ ଦିଲ୍ଲୀ ହାଇକୋର୍ଟରେ ମୁରଲୀଧରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହି ସମୟରେ କୋର୍ଟ ପରିସର ଲୋକାରଣ୍ୟ ହୋଇଯାଇଥିଲା । କୋର୍ଟ ପରିସରରେ ଠିଆ ହେବାକୁ ମଧ୍ୟ ଜାଗା ନ ଥିଲା । ଲୋକେ ସିଡି ଉପରେ ଠିଆହୋଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଲୋକରଣ୍ୟ ଥିବା ଦିଲ୍ଲୀ ହାଇକୋର୍ଟ ହଲରେ ଜଷ୍ଟିସ ତାଙ୍କ ବିଦାୟ ଭାଷଣରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ନ୍ୟାୟର ବିଜୟ ହେବ । ସେ ସମସ୍ତଙ୍କୁ ସତ୍ୟ ପଥରେ ରହିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ, ସତ୍ୟ ପଥରେ ରହିଲେ ନ୍ୟାୟ ନିଶ୍ଚିତ ମିଳିବ । ସେହିପରି ଆଜିର ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଚଣ୍ଡିଗଡ ଓ ପଞ୍ଜାବ ହାଇକୋର୍ଟରେ ପ୍ରବଳ ଭିଡ ଦେଖିବାକୁ ମଳିଥିଲା ।
previous post
