ଓଡିଶା

ସାକ୍ଷୀଗୋପିନାଥଙ୍କ ଦୋଳ ପର୍ବ

ଗୋପ: ପୁରୀ ଜିଲ୍ଲାର ଅନ୍ୟତମ ବୈଷ୍ଠବ କ୍ଷେତ୍ର ସାକ୍ଷୀଗୋପିନାଥ ଦେବଙ୍କ ପୀଠ ସବୁଠାରୁ ବଡ ପର୍ବ । ଠାକୁର ଫଗୁ ଦଶମିରୁ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ବାହାରକୁ ବାହାରିଥାନ୍ତି । ଏଥିପାଇଁ ପ୍ରତିଦିନ ଭଳି ଠାକୁରଙ୍କ ନୀତିକାନ୍ତି କରାଯାଇଥାଏ । ସଂଧ୍ୟା ଧୁପ ପରେ ସୁ ସଜ୍ଜିତ ବିମାନରେ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରାଧାରାଣି ବିଜେ କରିଥାନ୍ତି । ଛତି, ତ୍ରାସ, ବୈରଖ, ଘଣ୍ଟ, କାହାଳି, ବାଦ୍ୟ , ସଂକୀର୍ତ୍ତନ ବଜାଇ ମଶାଲ ଜଳାଇ ପାଖ ଗୋପାଳପୁର ପାଟଣା ସାହିକୁ ଯାଇଥାନ୍ତି । ସାଙ୍ଗରେ ସେବାୟତ ପାଳିଆପତି ମାନେ ଯାଇଥାନ୍ତି ୟ ସେଠାରେ ଠାକୁର ·ଚେରୀଭୋଗ ଖାଇ ମନ୍ଦିରକୁ େ‘ରିଥାନ୍ତି ୟ ଏଥିଯୋଗୁ ଉକ୍ତ ଗ୍ରାମରେ ପରିବାରଙ୍କ ସୁଆର ଆଗରେ ପୂର୍ଣ୍ଣକୁମ୍ଭ ଘଡି ସହିତ ଦୀପ ଜଳିଥାଏ ୟ ମନ୍ଦିରକୁ ଫେରିବା ପରେ ବଡସିଂହାର ଧୂପ ହେବାପରେ ମନ୍ଦିର ପହୁଡ ପଡିଥାଏ । ଏହିପରି ଠାକୁର ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରତିଦିନ ରାତିରେ ବାହାରିଥାନ୍ତି । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ଥିବା ଦୋଳବେଦୀ ଗୁଡିକ ସଫା ସୁତରା କରାଯିବା ସହ ରଙ୍ଗ କରାଯାଇଛ । କେତେକ ଗ୍ରାମରେ ଠାକୁର ଦୁଆରୀ ଭୋଗ ଖାଇବାର ପରମ୍ପରା ରହିଥିବାର ଜଣାପଡିଛି । ସେଥିପାଇଁ ଗ୍ରାମଗୁଡିକ ଉତ୍ସବ ମୁଖର ହୋଇପଡିଛି । ବଜାର ଓ ଗ୍ରାମ ଛକ ମାନଙ୍କରେ ଅଭିର, ଚଣା, କଦଳୀ, ଖଇକେରା, ଫଳମୂଳ ଆଦି ଭୋଗ ସାମଗ୍ରୀ ଦେକାନ ଖୋଲିଥିବାର ଦେଖିବାକୁ ମିଳିଛି ।

Related posts

ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ କରନ୍ତୁ ଖର୍ଚ୍ଚ କମାନ୍ତୁ : ନୀତନ ଗଡକରୀ

mahabharatanews

ଜୁନ ୪ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ସବୁ ଦୋକାନ, ବଜାର ବନ୍ଦ

mahabharatanews

ସିଦ୍ଧ ଭାରତୀ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

mahabharatanews