Uncategorized

ରହସ୍ୟମୟ କୁଣ୍ଡ

(ମହାଭାରତ): ବିଶ୍ୱରେ ଏମିତି କିଛି ସ୍ଥାନ ରହିଛି,ଯାହାର ରହସ୍ୟ ସମ୍ପର୍କରେ ଆଜି ମଧ୍ୟ କାହାକୁ ଜଣାନାହିଁ । ଏପରିକି ବୈଜ୍ଞାନିକମାନେ ଏହାର ରହସ୍ୟ ଜାଣି ପାରିନାହାନ୍ତି । ଏମିତି ଏକ ରହସ୍ୟମୟ କୁଣ୍ଡର ଗଭୀରତା ସମ୍ପର୍କରେ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ ସଠିକ୍ ଜାଣିନାହାନ୍ତି । ଏହି କୁଣ୍ଡଟିର ନାମ ଭୀମକୁଣ୍ଡ । ଏହା ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାଠାରୁ ପ୍ରାୟ ୭୦ କିଲୋମିଟର ଦୂର ବାଜନା ଗାଁରେ ରହିଛି । ଏହି କୁଣ୍ଡର କାହାଣୀ ମହାଭାରତ ସହ ଜଡିତ ରହିଛି । କୁଣ୍ଡ ସମ୍ପର୍କରେ କୁହାଯାଏ, ମହାଭାରତ ସମୟରେ ପାଣ୍ଡବମାନେ ଏଣେତେଣେ ବୁଲିବୁଲି ଖୁବ ଜୋରରେ ଶୋଷ ଲାଗୁଥିଲା । କିନ୍ତୁ କେଉଁଆଡେ ପାଣି ମିଳିଲା ନାହିଁ । ସେତେବେଳେ ଭୀମ ନିଜ ଗଦାରେ ଜମି ଖୋଳି ଏଠାରେ କୁଣ୍ଡ ତିଆରି କରି ଶୋଷ ମେଣ୍ଟାଇଥିଲେ । ଏହି କୁଣ୍ଡ ପ୍ରାୟ ୪୦-୮୦ ମିଟର ଚୌଡା । ଯେମିତି ଦେଖିବାକୁ ଏକ ଗଦା ସଦୃଶ । କୁଣ୍ଡଟି ଦେଖିବାକୁ ସାଧାରଣ ଲାଗୁଥିଲେ ମଧ୍ୟ ଏହାର ବିଶେଷତ୍ତ୍ୱ ଆଶ୍ଚର୍ଯ୍ୟଜନକ ।

କୁହାଯାଏ, ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା,ବାତ୍ୟା ହୋିଥାଏ ସେତେବେଳେ କୁଣ୍ଡର ପାଣି ଆପଣାଛାଏଁ ବଢିଥାଏ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା କୁଣ୍ଡର ଗଭୀରତା ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ବୈଜ୍ଞାନିକମାନେ ମଧ୍ୟ ଆଜିପର୍ଯ୍ୟନ୍ତ ଜାଣିପାରୁନାହାନ୍ତି । ବିଦେଶୀ ବୈଜ୍ଞାନିକମାନେ ଗଭୀରତା ଜାଣିବା ପାଇଁ ୨୦୦ମିଟର ପର୍ଯ୍ୟନ୍ତ କ୍ୟାମେରା ପଠାଇଥିଲେ । ମାତ୍ର କୌଣସି ସଠିକ୍ ତଥ୍ୟ ଜାଣିପାରିନଥିଲେ । ଏହି କୁଣ୍ଡ ପାଣି ଗଙ୍ଗା ପରି ପବିତ୍ର ବୋଲି ଲୋକେ କୁହନ୍ତି ।

Related posts

ତୁମ ଅନୁପସ୍ଥିତିକୁ ପୂରଣ କରିଛି କଣ୍ଢେଇ

mahabharatanews

ଓରିଓ ମିଲ୍କ ସେକ

mahabharatanews

ମହାରାଷ୍ଟ୍ରରେ ୧୦୦୧ ପୁଲିସ କର୍ମଚାରୀ ସଂକ୍ରମିତ

mahabharatanews