ଓଡିଶା

ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

(ମହାଭାରତ, ଆରଡି): ଗ୍ରାମାଞ୍ଚଳର ଲୋକମାନଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାର ନାନାବିଧ ଯୋଜନା ଲାଗୁ କରୁଛନ୍ତି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ ହେଉଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟଜଳ ଆଦି ସମସ୍ୟାରେ ସୁଧାର ଆସି ପାରିନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛି ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୧ ବର୍ଷ ହେବ ଡାକ୍ତର ନ ଥିବାରୁ ରୋଗୀ ସେବା ଯେପରି ଠପ୍ ହୋଇଯାଇଛି । ସବୁଠାରୁ ବଡ କଥା ହେଲା ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆରଡି ପଞ୍ଚାୟତ ସମେତ ନାନ୍ଦପୁର, ଓଳଗ, ସୁନ୍ଦରପୁର ପଞ୍ଚ।।ୟତର ପାଖାପାଖି ୧୨ ହଜାର ଲୋକ ନିର୍ଭର କରୁଥିବା ବେଳେ ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ଉପରଦୁମୁକା, ତଳଦୁମୁକା ଗାଁର ଲୋକମାନେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଏଠାକୁ ଆସିଥାନ୍ତି । ସେହିପରି ପଡୋଶୀ କେନ୍ଦ୍ରପଡ଼ା ଓ ଯାଜପୁର ଜିଲାର ମାନପୁର, ଗୁଣ୍ଠଳ, କର୍ଣ୍ଣପୁର ଆଦି ଗାଁର ମଧ୍ୟ ଲୋକମାନେ ପ୍ରାଥମିକ ଚିକିତ୍ସା ପାଇଁ ନଈ ପାରି ହୋଇ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥାନ୍ତି । ଏପରିକି ପ୍ରସିଦ୍ଧ ଶୈବକ୍ଷେତ୍ରକୁ ଆସୁଥିବା ବହୁ ଶ୍ରଦ୍ଧାଳୁମାନେ ମଧ୍ୟ ପ୍ରାଥମିକ ଚିକିତ୍ସା ନିମନ୍ତେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ର୍ନିଭର କରିଥାନ୍ତି । ପ୍ରାୟ ପ୍ରତିଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ ଲାଗି ରହୁଥିଲେ ମଧ୍ୟ ଡାକ୍ତର ନ ଥିବାରୁ ବାଧ୍ୟ ହୋଇ ଫାର୍ମାସିଷ୍ଟ ଓ ରାତ୍ର ଜଗୁଆଳି ରୋଗୀମାନଙ୍କର ପ୍ରାଥମିକ ଚିକିତ୍ସା କରୁଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି । ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକତା ଅନୁଯାୟୀ ବେଡ୍ ନଥିବାରୁ ରୋଗୀମାନେ ବାରଣ୍ଡାରେ ଚିକିତ୍ସା ହେଉଥିବା ରୋଗୀମାନଙ୍କ ସର୍ମ୍ପକୀୟ ଅଭିଯୋଗ ଆଣିଛନ୍ତି । ସେହିପରି ଡାକ୍ତର ନଥିବାରୁ ଦିନ ୧୨ଟା ବାଜିଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ବେଳେ ସାମାନ୍ୟ ଜ୍ୱର, ଥଣ୍ଡା ଚିକିତ୍ସା ପାଇଁ ୪୦ କିମି ଦୂର ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ରୋଗୀମାନେ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି । ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ପ୍ରାଥମିକ ସ୍ୱାସ୍ଥ୍ୟସେବା ନପାଇ ନିରାଶ ହୋଇ ଏଠାରୁ ଫେରୁଛନ୍ତି । ସେହିପରି ପ୍ରସୂତି ମହିଳାଙ୍କ ପାଇଁ ୱାର୍ଡ଼ ରହିଥିଲେ ମଧ୍ୟ କୈାଣସି ବିଭାଗୀୟ କର୍ମ•ରୀ ନଥିବାରୁ ଗର୍ଭବତୀ ମହିଳା ଯନ୍ତ୍ରଣାରେ ଛଟପଟ ହୋଇ ବାଟରେ ପ୍ରସବ କରୁଛି ତ ଆଉ କିଏ ଘରୋଇ ନର୍ସିଂହୋମର ଅ ।ଶ୍ରୟ ନେଉଛନ୍ତି । ସରକାରଙ୍କର ୫ଟି ଯୋଜନା ଯେପରି ଆରଡିପୀଠ ପାଇଁ ଉପହାସ ପାଲଟିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀମାନେ କହିଛନ୍ତି । ଏପରି ସମସ୍ୟା ବାବଦରେ ସିଡିଏମଓଙ୍କଠାରୁ ଆରମ୍ଭ କରି ଲୋକ ପ୍ରତିନିଧି ଓ ଜିଲା ପ୍ରଶାସନଙ୍କୁ ଗୁହାରୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଅବସ୍ଥା ଲାଗି ରହିଲେ ଆଗାମୀ ଜନଆନ୍ଦୋଳନ ଦେଖାଦେବ ବୋଲି ସ୍ଥାନୀୟ ଲୋକମାନେ ଚେତାବନୀ ଦେଇଛନ୍ତି ।

Related posts

ସାମ୍ବାଦିକ ସୁରକ୍ଷା ପାଇଁ ସତ୍ୟବାଦୀ ପ୍ରେସକ୍ଳବ ପକ୍ଷରୁ ଦାବି

mahabharatanews

ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ରଥଯାତ୍ରା ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

mahabharatanews

ଦଲକ: ଅଗ୍ନିକାଣ୍ଡରେ ୮ବଖରା ପାଉଁଶ, ୨ ପରିବାର ନିସ୍ୱ

mahabharatanews