Uncategorized

୧୦ ଯାଏ ପୋଲିସ ହେପାଜତରେ ରହିବ ଶାହରୁଖ

(ନୂଆଦିଲ୍ଲୀ): ଦିଲ୍ଲୀ ହିଂସା ବେଳେ ପୋଲିସକୁ ବନ୍ଧୁକ ଦେଖାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଯୁବକ ଶାହରୁଖ ପଠାନ ମାର୍ଚ୍ଚ ୧୦ ତାରିଖ ଯାଏ ପୋଲି ହେପାଜତରେ ରହିବ । ଗତ ମଙ୍ଗଳବାର ୨୩ ବର୍ଷିୟ ଶାହରୁଖକୁ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରୁ ଗିରଫ କରାଯାଇଥିଲା । ଗିରଫ ପରେ ତାକୁ ୪ ଦିନିଆ ପୋଲିସ ହେପାଜତକୁ ନିଆଯାଇଥିଲା । ଗତ ଶନିବାର ଏହାର ଅବଧି ଶେଷ ହେଉଥିଲା ବେଳେ ଏବେ ଏହାକୁ ଆଗାମୀ ମଙ୍ଗଳବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫେବୃଆରୀ ୨୪ ତାରିଖରେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ବେଳେ ଶାହରୁଖ ପୋଲିସକୁ ଯେଉଁ ବନ୍ଧୁକ ଦେଖାଇଥିଲା ତାକୁ ଶୁକ୍ରବାର ଜବତ କରାଯାଇଛି । ଶାହରୁଖ ଏହି ପିସ୍ତଲକୁ ନିଜ ଘରେ ଲୁଚାଇ ରଖିଥିଲା । ହିଂସା ସମୟରେ ପୋଲିସକୁ ବନ୍ଧୁକ ଦେଖାଇବା ପରେ ସେ ଘରୁ ଫେରାର ହୋଇଯାଇଥିଲା । ହିଂସା ବେଳେ ଜାଫରାବାଦ-ମୌଜପୁର ରାସ୍ତାରେ ଶାହରୁଖ ପୋଲିସ ଆଗରେ ବନ୍ଧୁକ ଧରି ଛିଡା ହୋଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ନ୍ୟୁଜ ଚ୍ୟାନେଲରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶର ବରେଲିରୁ ଶାହରୁଖକୁ ପୋଲିସ ଗିରଫ କରିଥିଲା ।

Related posts

ଦିଲ୍ଲୀରେ ୩ ଆଶାୟୀଙ୍କ ମୃତ୍ୟୁ ଘଟଣାରେ କୋଚିଂ ସେଣ୍ଟର ମାଲିକ ଗିରଫ

mahabharatanews

ଅଜ୍ଞାତ ବନ୍ଧୁକଧାରୀ ଗୁଳିରେ ଡାକ୍ତରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

mahabharatanews

ବିମାନ ଯାତ୍ରା ସମୟରେ କରନ୍ତୁ ଏହି କାମ

mahabharatanews