Uncategorized

୧୦ ଯାଏ ପୋଲିସ ହେପାଜତରେ ରହିବ ଶାହରୁଖ

(ନୂଆଦିଲ୍ଲୀ): ଦିଲ୍ଲୀ ହିଂସା ବେଳେ ପୋଲିସକୁ ବନ୍ଧୁକ ଦେଖାଇଥିବା ଅଭିଯୋଗରେ ଗିରଫ ହୋଇଥିବା ଯୁବକ ଶାହରୁଖ ପଠାନ ମାର୍ଚ୍ଚ ୧୦ ତାରିଖ ଯାଏ ପୋଲି ହେପାଜତରେ ରହିବ । ଗତ ମଙ୍ଗଳବାର ୨୩ ବର୍ଷିୟ ଶାହରୁଖକୁ ଉତ୍ତର ପ୍ରଦେଶର ଶାମଲି ଜିଲ୍ଲାରୁ ଗିରଫ କରାଯାଇଥିଲା । ଗିରଫ ପରେ ତାକୁ ୪ ଦିନିଆ ପୋଲିସ ହେପାଜତକୁ ନିଆଯାଇଥିଲା । ଗତ ଶନିବାର ଏହାର ଅବଧି ଶେଷ ହେଉଥିଲା ବେଳେ ଏବେ ଏହାକୁ ଆଗାମୀ ମଙ୍ଗଳବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫେବୃଆରୀ ୨୪ ତାରିଖରେ ଉତ୍ତରପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ବେଳେ ଶାହରୁଖ ପୋଲିସକୁ ଯେଉଁ ବନ୍ଧୁକ ଦେଖାଇଥିଲା ତାକୁ ଶୁକ୍ରବାର ଜବତ କରାଯାଇଛି । ଶାହରୁଖ ଏହି ପିସ୍ତଲକୁ ନିଜ ଘରେ ଲୁଚାଇ ରଖିଥିଲା । ହିଂସା ସମୟରେ ପୋଲିସକୁ ବନ୍ଧୁକ ଦେଖାଇବା ପରେ ସେ ଘରୁ ଫେରାର ହୋଇଯାଇଥିଲା । ହିଂସା ବେଳେ ଜାଫରାବାଦ-ମୌଜପୁର ରାସ୍ତାରେ ଶାହରୁଖ ପୋଲିସ ଆଗରେ ବନ୍ଧୁକ ଧରି ଛିଡା ହୋଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ନ୍ୟୁଜ ଚ୍ୟାନେଲରେ ମଧ୍ୟ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ସ୍ଥିତି ସ୍ୱାଭାବିକ ହେବା ପରେ ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶର ବରେଲିରୁ ଶାହରୁଖକୁ ପୋଲିସ ଗିରଫ କରିଥିଲା ।

Related posts

‘ଡ୍ରାମେବାଜ’ କହିବା ମହଙ୍ଗା ପଡିଲା ଅଧିକାରୀଙ୍କୁ

mahabharatanews

ମଧ୍ୟପ୍ରଦେଶ ସଂକଟ ମଧ୍ୟରେ ଜୟପୁର ଅଭିମୁଖେ କଂଗ୍ରେସର ୯୫ ବିଧାୟକ

mahabharatanews

କୁଖ୍ୟାତ ଅପରାଧୀ ଅନିଲ ଦୁଜାନାଙ୍କୁ ଏନକାଉଣ୍ଟର କଲା ୟୁପି ଏସଟିଏଫ

mahabharatanews