(ବେଜିଂ): ଚୀନରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଏବେ ବି ସେଠାରେ କେତେ ଜଣ କୋରୋନା ସନ୍ଦିଗ୍ଧଙ୍କୁ ଅଲଗା ରଖାଯାଇଛି । ଫୁଜିଆନ ଅଞ୍ଚଳରେ ଏକ ୮୦ ବଖରା ବିଶିଷ୍ଟ ହୋଟେଲରେ କେତେଜଣ ସନ୍ଦିଗ୍ଧଙ୍କୁ ରଖାଯାଇଥିଲା । ତେବେ ହୋଟେଲଟି ଶନିବାର ଦିନ ଭୁଷୁଡି ପଡିଥିବା ଜଣାପଡିଛି । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ଚୀନର ଏକ ଗଣମାଧ୍ୟମ ସୂଚନା ଦେଇଛି । ଏହି ହୋଟେଲରେ କୋରୋନା ଭୁତାଣୁରେ ସଂକ୍ରମିତ ହୋଇଥିବା ବ୍ୟକ୍ତିମାନଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଥିଲା । ତେବେ ହୋଟେଲଟି ଭୁଷୁଡିବା ସମୟରେ ଘରର ପ୍ରଥମ ମହଲାର ନବୀକରଣ କାର୍ଯ୍ୟ ଚାଲିଥିଲା । ତେବେ ହୋଟେଲର ଭଗ୍ନାବଶେଷ ମଧ୍ୟରେ ୭୦ଜଣ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସେମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜରି ରହିଥିବା ଚୀନର ଜରୁରୀ ପରିସ୍ଥିତି ପରିଚାଳନା ମନ୍ତ୍ରାଳୟ କହିଛି । ସୂଚନାଯୋଗ୍ୟ, କୋରୋନା ଭାଇରସ ସଂକ୍ରମଣକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ପାଇଁ ଚୀନ ସରକାର ଅଭିଯାନ ଚଳାଇଥିବା ସମୟରେ ଏହି ଲୋକମାନେ ଫୁଜିଆନ ପ୍ରଦେଶକୁ ଆସିଥିଲେ । ସେମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କଥା ଚୀନ ସରକାରୀ କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ । ସେଥିପାଇଁ ସେମାନଙ୍କୁ ଏହି ହୋଟେଲରେ ରଖାଯାଇଥିଲା ।
previous post
next post