ଶିଳାସ୍ମିତା ରାୟ/ ମହାଭାରତ: ଆସନ୍ତା କାଲି ରଙ୍ଗର ପର୍ବ, ଆନନ୍ଦ ଉଲ୍ଲାସ, ବିଶ୍ୱାସ ଓ ବିଜୟର ପର୍ବ ହୋଲି । କୁଟ, କପଟ, ହିଂସା, ଦ୍ୱେଶକୁ ପ୍ରତିହତ କରି ପ୍ରଭୁ ନରସିଂହ ପ୍ରହଲ୍ଲାଦଙ୍କ ବିଶ୍ୱାସ, ସମର୍ପଣକୁ ବିଜୟୀ କରିଥିଲେ । ତାହାକୁ ପାଳନ କରିବାକୁ ଯାଇ ହୋଲିର ଗୋଟିଏ ଦିନ ପୂର୍ବରୁ ପାଳନ କରାଯାଉଛି ହୋଲିକା ଦହନ । ଆମ ପୁରାଣ ଅନୁଯାୟୀ, ମହାବଳୀ, ପରାକ୍ରମୀ ଅସୁର ରାଜା ହିରଣ୍ୟକଶ୍ୟପୁ ବିଷ୍ଣୁଙ୍କ ହତ୍ୟା ପାଇଁ ବ୍ରହ୍ମାଙ୍କ ତପସ୍ୟା କରିଥିବା ବେଳେ କିନ୍ତୁ ଅସୁର ରାଜାଙ୍କ ଆତ୍ମଜ ପ୍ରହଲ୍ଲାଦ ଥିଲେ ପରମ ବିଷ୍ଣୁ ଭକ୍ତ । ବାଲ୍ୟରୁ ସେ ବିଷ୍ଣୁଙ୍କ ଆରାଧନାରେ ଲିନ ରହିଥିଲେ, ଯାହା ହିରଣ୍ୟକଶ୍ୟପୁ ପାଇଁ ଅସହ୍ୟ ଥିଲା । ସେ ପ୍ରହଲ୍ଲାଦଙ୍କ ହତ୍ୟା ପାଇଁ ନାନା ଷଡଯନ୍ତ୍ର କରିଥିଲେ । କେତେବେଳେ ହସ୍ତୀ ପାଦରେ ଦଳି ମାରିବାକୁ ପ୍ରହଲ୍ଲାଦଙ୍କୁ ମତ ହସ୍ତୀ ନିକଟରେ ଛାଡିଥିଲେ ତ ପୁଣି କେତେବେଳେ ଗଭୀର ଗାଡରେ ପକାଇଥିଲେ, କେତେବେଳେ ଶୂନ୍ୟରୁ ତଳକୁ ପକାଇଥିଲେ । କିନ୍ତୁ ପ୍ରତିଟି ହତ୍ୟା ଷଡଯନ୍ତ୍ରକୁ ବିଷ୍ଣୁ ପ୍ରତିହତ କରୁଥିଲେ ଓ ପ୍ରହଲ୍ଲାଦଙ୍କୁ ସୁରକ୍ଷିତ ଉଦ୍ଧାର କରୁଥିଲେ । ବାରମ୍ବାର ପରାଜୟ ବରଣ କରିବା ପରେ ହିରଣ୍ୟକଶ୍ୟପ ଚିନ୍ତାମଗ୍ନ ହୋଇପଡିଥିଲେ । ଏହି ସମୟରେ ହିରଣ୍ୟକଶ୍ୟପଙ୍କ ଭଗ୍ନି ହୋଲିକା ଭାଇଙ୍କୁ ପ୍ରହଲ୍ଲାଦର ହତ୍ୟା ପାଇଁ ଆଶ୍ୱସ୍ତୀ ପ୍ରଦାନ କରିଥିଲେ । ହୋଲିକା ତପସ୍ୟା କରି ବରଦାନ ପାଇଥିଲେ, ସେ ଅଗ୍ନିରେ ଜଳିବେ ନାହିଁ । ତେଣୁ ସେ ଭାଇଙ୍କୁ ପ୍ରସ୍ତାବ ଦେଇଥିଲେ, ସେ ପ୍ରହଲ୍ଲାଦଙ୍କୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିବେ । ପ୍ରହଲ୍ଲାଦ ଜଳି ପୋଡି ପାଊଁଶ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନିରେ ସ୍ଥିର ବସିରହିବେ । ସେହି ଅନୁଯାୟୀ ଅଗ୍ନୀ ବ୍ୟାପକ ଅଗ୍ନିସଂଯୋଗର ବ୍ୟବସ୍ଥା କରାଗଲା । ବାତ୍ସଲ୍ୟ ପ୍ରେମର ନାଟକ କରି ପିଉସୀ ହୋଲିକା କୋଳରେ ପୁତୁରାକୁ ଧରି କାଠ ଗଦା ଭିତରେ ବସିଲେ । ସେହି ଗଦାରେ ଅଗ୍ନିସଂଯୋଗ କରାଗଲା । ଅଗ୍ନି ହୁ ହୁ ହୋଇ ଜଳିଲା । କିନ୍ତୁ ବିଷ୍ଣୁଙ୍କ ମାୟାରେ ହୋଲିକା ଅଗ୍ନିରେ ଭସ୍ମ ହୋଇଗଲେ, କିନ୍ତୁ ପ୍ରହଲ୍ଲାଦଙ୍କର କିଛି କ୍ଷତି ହୋଇ ନ ଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ସେଠାରେ ଉପସ୍ଥିତ ଭଗବତ ପ୍ରେମୀ ଭଗବାନାଙ୍କ କରୁଣା ଦେଖି ଆତ୍ମବିଭୋର ହୋଇଯାଇଥିଲେ । ସେବେଠାରୁ ପ୍ରତିବର୍ଷ ହୋଲିକା ଦହନ ପର୍ବ ଦେଶର ପ୍ରାନ୍ତରେ ପାଳିତ ହୋଇ ଅ।।ସୁଛି ।
previous post