Uncategorized

ବିହାର: ମୁଖ୍ୟମନ୍ତ୍ରୀ ଆଶାୟୀ ଜେଡିୟୁ ନେତାଙ୍କ ଲଣ୍ଡନ ଫେରନ୍ତା ଝିଅ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆରଜେଡି, ଜେଡିୟୁ, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ତେବେ ଏହି ନିର୍ବାଚନ ପ୍ରସ୍ତୁତି ମଧ୍ୟରେ ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ମହିଳା ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି । ବିହାରର ବହୁ ଖବର କ।।ଗଜରେ ଏକ ବିଜ୍ଞାପନ ପ୍ରକାଶ ପାଇବା ପରେ ଏହି ମହିଳାଙ୍କୁ ନେଇ ଚର୍ଚ୍ଚା ଜେ।।ର ଧରିଛି । ବିଜ୍ଞାପନରେ ପୁଷ୍ପମ ପ୍ରିୟା ଚୌଧୁରୀ ନାମ୍ନୀ ଜଣେ ମହିଳା ନିଜକୁ ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛନ୍ତି । ସେ ପ୍ଲୁରାଲ୍ସ ନାମକ ଏକ ରାଜନୈତିକ ଦଳ ଗଠନ କରି ତାହାର ଅଧ୍ୟକ୍ଷା ହୋଇଛନ୍ତି ।

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ପୁଷ୍ପମ ଖବର କାଗଜରେ ବିଜ୍ଞାପନ ଦେଇ ନିଜକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିଛନ୍ତି । ସେ ହେଉଛନ୍ତି ଜେଡିୟୁର ପବୂତନ ଏମଏଲସି ବିନୋଦ ଚୌଧୁରୀଙ୍କ କନ୍ୟା ପୁଷ୍ପମ । ସେ ଇଂଲଣ୍ଡରୁ ଡବଲ ଏମଏ କରିଛନ୍ତି । ସେ ବିହାରର ବିକାଶକୁ ପ୍ରଧାନ୍ୟ ଦେଇଛନ୍ତି । ୨୦୨୫ ସୁଦ୍ଧା ସେ ବିହାରକୁ ଦେଶର ସବୁଠାରୁ ବିକଶିତ ରାଜ୍ୟରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Related posts

ସଂଖ୍ୟାଲଘୁଙ୍କ ଯୋଜନାର ବିବରଣୀ ଦେବାକୁ କେନ୍ଦ୍ରକୁ ନୋଟିସ

mahabharatanews

ରାହୁଲଙ୍କ ପୋଷ୍ଟ ଉଡାଇ ଦିଆଗଲା ଇନଷ୍ଟା

mahabharatanews

ସିଏଏ ହେଉଛି ଇତିହାସର ଏକ କଳା ଆଇନ: ଉର୍ମିଳା

mahabharatanews