Uncategorized

ଅକ୍ଟୋବରରେ ଆସିବ ‘କେଜିଏଫ’

(ମହାଭାରତ): ସାଉଥ ଫିଲ୍ମ ପସନ୍ଦ କରୁଥିବା ଫ୍ୟାନଙ୍କ ପାଇଁ ଖୁସି ଖବର । ସାଉଥ ସୁପରଷ୍ଟାର ୟଶଙ୍କ ଅପକମିଙ୍ଗ ଫିଲ୍ମ ‘କେଜିଏଫ ଚାପ୍ଟର ୨’ ରିଲିଜ ତାରିଖ ପ୍ରଯୋଜକ ଘୋଷଣା କରିଛନ୍ତି । ଏହି ଫିଲ୍ମ ଆସନ୍ତା ଅକ୍ଟୋବରରେ ରିଲିଜ ହେବ । ଏହା ସହିତ ଫିଲ୍ମର ଏକ ପୋଷ୍ଟର ଜାରି କରାଯାଇଛି । ଯେଉଁଥିରେ ୟଶ ଡାହାଶ ହାତରେ ବନ୍ଧୁକ ଧରିଥିବା ନଜର ଆସିଛନ୍ତି । ପୋଷ୍ଟରରେ ‘ମେଁ ଆଇ କମ୍ ଇନ’ ଲେଖାଯାଇଛି । ‘କେଜିଏଫ୨’ଫିଲ୍ମ କନ୍ନଡ,ତେଲୁଗୁ, ତାମିଲ,ମାଲାୟଲମ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ । ଏହି ଫିଲ୍ମର ନିର୍ଦ୍ଦେଶନା ପ୍ରଶାନ୍ତ ନୀଲ କରୁଛନ୍ତି । ଏହି ଫିଲ୍ମରେ ୟଶଙ୍କ ବ୍ୟତୀତ ଶ୍ରୀନିଧି ସେଟ୍ଟୀ,ସଞ୍ଜୟ ଦତ୍ତ,ରବୀନା ଟଣ୍ଡନ ଭଳି କଳାକାର ନଜର ଆସିବେ ।

ସୂଚନାଯୋଗ୍ୟ, ଫିଲ୍ମ ‘ଜେକିଏଫ’କୁ ଅନେକ ଦର୍ଶକ ପସନ୍ଦ କରିଥିଲେ । ତେଣୁ ଏହାର ଦ୍ୱିତୀୟ ଭାଗକୁ ଦର୍ଶକ ବେଶ ଉତ୍କଣ୍ଠାର ସହ ଚାହିଁ ବସିଥିଲେ ।

Related posts

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି

mahabharatanews

ଦଳ ହିତଠୁ ଉଚ୍ଚରେ ଦେଶ ହିତ: ପ୍ରଧାନମନ୍ତ୍ରୀ

mahabharatanews

ମାସକର ଛୁଆକୁ ନେଇ କାର୍ଯ୍ୟରେ ଯୋଗଦେଲେ ଆଇଏଏସ ଅଧିକାରୀ

mahabharatanews