Uncategorized

ୟୁପିରେ ୫ କୋରୋନା ଲ୍ୟାବ୍ ଗଠିତ

(ଲକ୍ଷେ୍ନø): ଦେଶରେ କୋରୋନା ସଂକ୍ରମଣରେ ଏଯାଏ ୮୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ଭାଇରସର ସଂକ୍ରମଣରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ରକ୍ତ ନମୂନା ଯାଞ୍ଚ ପାଇଁ ରାଜ୍ୟ ସରକାର ୫ଟି ଟେଷ୍ଟିଙ୍ଗ ଲ୍ୟାବ ଗଠନ କରିଛନ୍ତି । କେନ୍ଦ୍ର ସରକାରଙ୍କ ସହାୟତା କ୍ରମେ ଏଗୁଡିକୁ ତିଆରି କରାଯାଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି । ଲକ୍ଷେ୍ନøର କିଙ୍ଗ ଜର୍ଜ ମେଡିକାଲ ୟୁନିଭର୍ସିଟି, ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ଗୋରଖପୁରର ବାବା ରାଘବ ଦାସ ମେଡିକାଲ କଲେଜ, ବାରଣାସୀରେ ଥିବା ବନାରସ ହିନ୍ଦୁ ୟୁନିଭର୍ସିଟି ଏବଂ ଆଲୀଗଡରେ ଏହି ସବୁ ଲ୍ୟାବ ପ୍ରତିଷ୍ଠା କରାଯାଇଥିବା ସେ କହିଛନ୍ତି । ଏଯାଏ ୟୁପିରେ ୧୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଆଗ୍ରା, ୨ ଜଣ ଘାଜିଆବାଦ ଏବଂ ଜଣେ ଲେଖାଏ ନୋଏଡା ଓ ଲକ୍ଷେ୍ନøର ବାସିନ୍ଦା ବୋଲି ଜଣାପଡିଛି । ଏହି ସବୁ ସ୍ଥାନରେ ଲ୍ୟାବ ଗଠନ ହେବା ଫଳରେ କୋରୋନା ଆକ୍ରାନ୍ତଙ୍କ ନମୂନା ଯାଞ୍ଚ ସହଜରେ ହୋଇପାରିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟରେ ଥିବା ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକରେ ୧ ହଜାରରୁ ଉଦ୍ଧ୍ୱର୍ ଆଇସୋଲେସନ ବେଡ ରହିଛି । ଏଣୁ ଲୋକେ କୋରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ କୋରୋନା ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ସ୍କୁଲ, କଲେଜ, ବୈଶୟିକ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ।

Related posts

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ଏଲଏସି ସ୍ଥିତି ନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତ୍ତି: ଭାରତ ଯେକୌଣସି ପଦକ୍ଷେପ ପାଇଁ ପ୍ରସ୍ତୁତ

mahabharatanews

ମାର୍ଚ୍ଚ ୨୮ରୁ ଗଡିବ ରାମାୟଣ ଏକ୍ସପ୍ରେସ

mahabharatanews