ଓଡିଶା

ବିଷାକ୍ତ ଛତୁ ଖାଇ ୧ ମୃତ, ୩ ଗୁରତର

(ମହାଭାରତ, ସମ୍ବଲପୁର): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଅନ୍ତର୍ଗତ ହିରାଲୋଇ ଗାଁରେ ରବିବାର ଏକ ଅଘଟଣ ଘଟିଛି । ବିଷାକ୍ତ ଛତୁ ଖାଇ ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ମୃତକ ଓ ଗୁରୁତର ଏହି ଗାଁର ୨ଟି ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗାଁର ବୃଦ୍ଧ ଜଣକ ଗତକାଲି ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଛତୁ ଆଣିଥିଲେ । ତାଙ୍କ ଘରେ ଏହା ରୋଷେଇ ହୋଇଥିବା ବେଳେ ପଡୋଶୀ ଘରକୁ ମଧ୍ୟ ରନ୍ଧା ଛତୁ ଦେଇଥିଲେ । ଫଳରେ ଛତୁ ତରକାରୀ ଖାଇ ରାତିରେ ୨ଟି ପରିବାରର ୪ ଜଣ ଗୁରୁତର ହୋଇପଡିଥିଲେ । ଗାଁ ଲୋକେ ଏହା ଦେଖି ସମସ୍ତଙ୍କୁ ତୁରନ୍ତ ସମ୍ବଲପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରତର ହୋଇଛି । ଫଳରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ଛତୁ ତରକାରୀ ଖାଇଥିବା ତାଙ୍କ ପଡୋଶି ଘରର ୨ ପିଲା ଗୁରତର ହୋଇ ସମ୍ବଲପୁର ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ବେଳେ ଏବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି । ବୃଦ୍ଧ ଜଣକ ଜଙ୍ଗଲରୁ ଆଣିଥିବା ଛତୁ ବିଷାକ୍ତ ବୋଲି ଅନୁମାନ କରାଯାଉଛି ।

Related posts

ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ

mahabharatanews

ସୂର୍ଯ୍ୟପରାଗରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ

mahabharatanews

ଘାଟକେଶ୍ୱର ବହୁମୁଖୀ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

mahabharatanews