Uncategorized

ଶିରିଡି ନ ଆସିବାକୁ ସାଇବାବା ସଂସ୍ଥାନ ଟ୍ରଷ୍ଟର ନିବେଦନ

(ମହାଭାରତ, ମୁମ୍ବାଇ): ଦେଶରେ ଏବେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଛି । ଏହି ଭୟଙ୍କର ଭୁତାଣୁ ଆଉ ନ ବ୍ୟାପିବା ପାଇଁ ପ୍ରୟାସ ଜାରି ରହିଛି । ଏହାକୁ ରୋକିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଚାଲିଥିବା ବେଳେ ବିଭିନ୍ନ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ, ଜିମ୍, ସିନେମା ହଲ, ସୁଇମିଂ ପୁଲ ଆଦିକୁ ବନ୍ଦ କରିଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଶରିଡି ସାଇ ବାବାଙ୍କ ଦର୍ଶନ ପାଇଁ ନ ଆସିବାକୁ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ଭଙ୍କମାନଙ୍କୁ ଅନୁରୋଧ କରିଛନ୍ତି । କିଛି ଦିନ ପାଇଁ ଭକ୍ତମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖିବାକୁ ଟ୍ରଷ୍ଟ ନିବେଦନ କରିଛି । ଶିରିଡି ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅରୁଣ ଡୋଙ୍ଗରେ ରବିବାର ସାଇ ଶ୍ରଦ୍ଧାଳୁମାନଙ୍କୁ ଏହି ସୂଚନା ଦେଇଛନ୍ତି । ସେହିପରି ଶନିବାର ଦିନ ମହାରାଷ୍ଟ୍ରର ସିଦ୍ଧିବିନାୟକ ମନ୍ଦିରରେ ଥିବା ସମସ୍ତ ସଦସ୍ୟଙ୍କୁ ମାସ୍କ ଯୋଗାଇ ଦିଆଯାଇଥିଲା । ଏହାସହ ଭକ୍ତମାନେ ଠିଆ ହେଉଥିବା ରେଲିଂକୁ ପ୍ରତି ଅଧଘଣ୍ଟାରେ ଥରେ ସଫା କରାଯାଉଥିବା ଦେଖିବାକୁ ମିଳିଥିଲା । କୋରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ବୋଲି ଘୋଷଣା କରିବା ପରେ ଲୋକଙ୍କୁ ଏହି ଭୂତାଣୁ କବଳରୁ ବର୍ତ୍ତିବା ପାଇଁ ମନ୍ଦିର ପ୍ରଶାସନ ଏଭଳି ସତର୍କତା ଅବଲମ୍ବନ କରୁଛି ବୋଲି ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବାନ୍ଦେକର କହିଛନ୍ତି ।

Related posts

ୟୁପିରେ ୫ କୋରୋନା ଲ୍ୟାବ୍ ଗଠିତ

mahabharatanews

ସାହିନବାଗ ପ୍ରସଙ୍ଗରେ ହାଇକୋର୍ଟଙ୍କ ପ୍ରଶ୍ନ

mahabharatanews

ପୂର୍ଣ୍ଣ ଦରମା ପାଇଁ ନିଯୁକ୍ତିଦାତାଙ୍କୁ କେନ୍ଦ୍ର ନିର୍ଦ୍ଦେଶ ଉପରେ ଜବାବ ମାଗିଲେ ସୁପ୍ରିମ କୋର୍ଟ

mahabharatanews