Uncategorized

ସିଏଏ: ସୁପ୍ରିମ କୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ଦ୍ୱାରା କୌଣସି ମୌଳିକ ଅଧିକାର ଉଲ୍ଲଙ୍ଘନ ହେବ ନାହିଁ ବୋଲି ଆଜି ସୁପ୍ରିମକୋର୍ଟରେ କେନ୍ଦ୍ର ପକ୍ଷରୁ ସିଏଏକୁ ନେଇ ଜଣାଇଦିଆଯାଇଛି । ସିଏଏ ନାଗରିକଙ୍କ ସାମ୍ବିଧାନିକ ଅଧିକାର କ୍ଷୁନ୍ନ କରୁଥିବାକୁ ନେଇ ସୁପ୍ରିମ କୋର୍ଟରେ ଦାୟର ବିଭିନ୍ନ ଯାଚିକା ବିରୋଧରେ କେନ୍ଦ୍ର ସରକାର ୧୨୯ ପୃଷ୍ଟାର ସତ୍ୟପାଠ ଦାଖଲ କରି ଏହା ଦ୍ୱାରା କୌଣସି ସାମ୍ବିଧାନିକ ବୈଧତାର ଉଲ୍ଲଙ୍ଘନ ହୋଇ ନ ଥିବା ଦର୍ଶାଇଛି । ଆହୁରି କୁହାଯାଇଛି, ବଳ ପୂର୍ବକ ଅଥବା ଅନୈତିକ ଉପାୟରେ ପାକିସ୍ତାନୀ, ଆଫଗାନିସ୍ତାନ, ବାଙ୍ଗଲାଦେଶର ସଂଖ୍ୟାଲଘୁଙ୍କୁ ଏହି ଆଇନ ବଳରେ ନାଗରିକତା ପ୍ରଦାନ କରାଯାଉନାହିଁ । ଏହି ସତ୍ୟପାଠ କେନ୍ଦ୍ର ଗୃହ ବ୍ୟ।।ପାର ରାଜ୍ୟମନ୍ତ୍ରୀ ବି ସି ଜୋଶୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଛି । ୨୦୧୯ ଡିସେମ୍ବର ୧୮ ତାରିଖରେ ସୁପ୍ରିମ କୋର୍ଟ ସିଏଏର ସାମ୍ବିଧାନିକ ମୂଲ୍ୟବୋଧକୁ ନେଇ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ଏହା ବିରୋଧରେ ଆସିଥିବା ଯାଚିକା ଆଧାରରେ ସିଏଏ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଥିଲେ ।

ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବର ୩୧ ମଧ୍ୟରେ ପାକିସ୍ତାନ, ବାଙ୍ଗଲାଦେଶ, ଆଫଗାନିସ୍ତାନରୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ଖ୍ରୀଷ୍ଟିଆନ ଓ ପାର୍ସୀଙ୍କ ନାଗରିକତା ସଂଶୋଧନ ଆଇନ ୨୦୧୯ ବଳରେ ଦେଶର ନାଗରିକତା ପ୍ରଦାନ କରିବ । ଏହାକୁ ନେଇ ଦେଶର ମୁସଲମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ଆଇନ ଦ୍ୱାରା ଦେଶର ମୁସଲମାନ ସମ୍ପ୍ରଦାୟ ନିର୍ଯାତିତ ହେବେ ଓ ସେମାନଙ୍କ ନାଗରିକତା ଛଡାଇ ନିଆଯିବାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ତେଣୁ ସିଏଏ ଲାଗୁ ହେବା ପରଠାରୁୁ ଗତ ବର୍ଷ ଡିସେମ୍ବର ମ।।ସରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶର୍ନ ସାଙ୍ଗକୁ ହିଂସା ଦେଖିବାକୁ ମିଳୁଛି । ଏହାକୁ ବିରୋଧ କରି ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ (ଆଇୟୁଏମଏଲ) ପକ୍ଷରୁ ଯାଚିକା ଦାୟର କରାଯାଇ ଏହା ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅନୁରୋଧ କରାଯାଇଥିଲା । ଯାଚିକାରେ ଉଲ୍ଲେଖ କରାଯାଇଥିଲା କି, ଏହି ଆଇନ ବଳରେ ଦେଶର ନାଗରିକଙ୍କ ପାଇଁ ସମ୍ବିଧାନରେ ଥିବା ମୌଳିକ ଅଧିକାର, ସମାନତା ଅଧିକାର କ୍ଷୁନ୍ନ ହେବା ସହ ଧର୍ମ ଆଧାରରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଅନ୍ୟାୟ କରିବାକୁ ଅବାଧ ଅନୁପ୍ରବେଶକାରୀଙ୍କୁ ନାଗରିକତା ପ୍ରଦାନ କରିବ । ଆଇୟୁଏମଏଲ ଯାଚିକା ସମେତ ପ୍ରାୟ ୧୦୦ଟି ଯାଚିକା ସିଏଏ ବିରୋଧରେ ଦାୟର ହୋଇଥିଲା ।ା

Related posts

ପିଏମ ମୋଦିଙ୍କୁ ଏସଆଇଟି କ୍ଲିନ ଚିଟ ବିରୋଧୀ ଯାଚିକାର ଶୁଣାଣି ଏପ୍ରିଲରେ

mahabharatanews

କମଲନାଥଙ୍କ ସରକାର ଭାଙ୍ଗିବା ପାଇଁ ରାତାରାତି ଉଦ୍ୟମ

mahabharatanews

ଏଲଓସିରେ ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣ ବିଫଳ

mahabharatanews