Uncategorized

ଅଗ୍ନିକାଣ୍ଡ: ବିଦେଶିନୀ ମୃତ, ୨ ନାବାଳିକା ଜୀବନ୍ତ ଦଗ୍ଧ

ମୁମ୍ବାଇ: ଆଜି ମହାରାଷ୍ଟ୍ରର ବାନ୍ଦ୍ରାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ହେବାରୁ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ବାନ୍ଦ୍ରାରେ ଥିବା ସି ପ୍ରିନ୍ସେସ କୋଠାରେ ଆଜି ସକାଳୁ ନିଆଁ ଲାଗିଯାଇଥିଲା । ତେବେ ଏହି ନିଆଁକୁ ଦମକଳ ବାହିନୀ ଆୟତ୍ତ କରିବାରେ ସକ୍ଷମ ହୋଇଛି । କିନ୍ତୁ ନିଆଁରେ ସେହି କୋଠାରେ ରହୁଥିବା ବ୍ରିଟିସର ଜଣେ ନାଗରିକ ଇଭାନା ମୋରେସଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଚାକରର ଗୁରୁତର ହୋଇଛି । ଚାକରର ଶରୀରର ୯୦ ପ୍ରତିଶତ ପୋଡି ଯାଇଛି । ତ।।କୁ କେ ବି ଭାଭା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ନିଆଁ କିପରି ଲାଗିଲା, ଏନେଇ କୌଣସି ସୂଚନା ପୁଲିସ ପକ୍ଷରୁ ଦିଆଯାଇନଥିବା ବେଳେ ତଦନ୍ତ ଚାଲିଛି ।

ସେହିପରି ପୁଣେରେ ହୋଇଥିବା ଏକ ଅଗ୍ନିକାଣ୍ଡରେ ଦୁଇ ଶିଶୁଙ୍କ ମୃତ୍ୟୁ ସହ ଜଣେ ଗୁରୁତର ଆହତ ହୋଇଥିବା ପୁଲିସ ସୂଚନା ଦେଇଛି । ଏହି ଅଗ୍ନିକାଣ୍ଡ ପୁଣେର ଏକ ଗ୍ରାମରେ ଘଟିଥିଲା । ଏଥିରେ ଦୁଇ ଭଉଣୀ ଭାଗ୍ୟଶ୍ରୀ କୈଳାଶ ଠାକୁର (୪) ଓ ଶିବକୈଳାଶ ଠାକୁରଙ୍କ ମୃତ୍ୟୁ ହୋଇଛି । ଘର ବାହାରେ ଗଦା ହୋଇଥିବା ନଡାରେ ନିଆଁ ଲାଗିଯିବାରୁ ସେଠାରେ ଖେଳୁଥିବା ଦୁଇ ଭଉଣୀଙ୍କ ମୃତ୍ୟୁ ହୋଇଥିଲା ବେଳେ ସେମାନଙ୍କ ସହ ଖେଳୁଥିବା ଅନ୍ୟ ଜଣେ ସମ୍ପର୍କୀୟ ୪ ବର୍ଷର ଶିଶୁ ଗୁରୁତର ଭାବେ ଜଳି ଯାଇଛି । ତାର ବର୍ତ୍ତମାନ ଚିକିତ୍ସା ପୁଣେରେ ଚାଲିଛି । ଘରେ ଲାଗିଥିବା ଷ୍ଟୋଭରୁ ନିଆଁ ଘାସ ଉପରେ ପଡି ଏହି ଦୁର୍ଘଟଣା ଘଟିଛି ।

Related posts

ବିସ୍ଫୋରଣରେ ୩୪ ଜଣଙ୍କ ପ୍ରାଣହାନି

mahabharatanews

୩୦ଟି ବିମାନବନ୍ଦରରେ ସ୍କ୍ରିନିଂ, ରିଙ୍ଗ ଟୋନରେ କୋରୋନା ସଂକ୍ରମଣ ବାର୍ତ୍ତା

mahabharatanews

୪ ଦିନିଆ ପ।କିସ୍ତାନ ଗସ୍ତରେ ୟୁଏନ ସଚିବ

mahabharatanews