Uncategorized

ଦେଶରେ କରୋନା ମୃତ୍ୟୁ ୧,୦୯,୧୫୦

ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ହୋଇଥିଲେ ମଧ୍ୟ ମୃତ୍ୟୁ ହାର ପ୍ରାୟତଃ ଜାରି ରହିଛି । ସ୍ଥିତି ଏପରି ହୋଇଛି ଯେ କରୋନା ଜନିତ ମୃତ୍ୟୁସଂଖ୍ୟା ଏକ ଲକ୍ଷ ୧୦ ହଜାର ପାଖରେ ପହଞ୍ଚି ଗଲାଣି। ଗତ ୨୪ ଘଣ୍ଟାରେ ଆଉ ୬୬,୭୩୨ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୧,୨୦,୫୩୯ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ୬୧, ୪୯,୫୩୬ ଜଣ ଆରୋଗ୍ୟ ଲାଭ କରି ସାରିଲେଣି। ରବିବାର ସାରା ଦେଶରେ ୭୧,୫୫୯ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ସ୍ୱାସ୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ।
ସେହିପରି ଗତ ୨୪ ଘଣ୍ଟାରେ ୮୧୬ ଜଣଙ୍କ ମୁଣ୍ଡ ନେଇଛି ଏହି ମହାମାରୀ। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୯,୧୫୦ରେ ପହଞ୍ଚିଛି। ଗତକାଲି ୯,୯୪,୮୫୧ଟି ନମୁନା ପରୀକ୍ଷା କରାଯାଇଛି। ଏଯାବାତ ଦେଶରେ ୮,୭୮,୭୨,୦୯୩ଟି ନମୁନା ପରୀକ୍ଷା ହୋଇଛି।

 

Related posts

ବିଶ୍ୱରେ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର, ୬୧ ଲକ୍ଷ ଲୋକ ସଂକ୍ରମିତ

mahabharatanews

ଉତ୍ତର ଭାରତରେ ଶୀତ ପ୍ରକୋପ: ୪୦ ଜଣଙ୍କ ମୃତ୍ୟୁ

mahabharatanews

ବନ୍ଦ ହେବ ସିରିଏଲ ସଞ୍ଜିବନୀ-୨

mahabharatanews