Uncategorized

ଘରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର

(ମହାଭାରତ): କରୋନାକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ । ଏହି ଭାଇରସକରୁ କିପରି ମୁକ୍ତି ମିଳିବ ସେ ନେଇ ସମଗ୍ର ବିଶ୍ୱ ତାର ଚେଷ୍ଟା ଜାରି ରଖିଛି । ଯେ ପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ପ୍ରକୃତ ଔଷଧ ବାହାରି ନି ସେ ପର୍ଯ୍ୟନ୍ତ ସ୍ୱଚ୍ଛତାକୁ ଏହାର ବିକଳ୍ପ ବୋଲି ମନେ କରାଯାଉଛି । ତେଣୁ କରି ମାକ୍ସ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ଚାରିଆଡ଼େ ସଚେତନତା କରାଯାଉଛି ।

ଯେହେତୁ ଲୋକେ ଏହି ଭାଇରସ କୁ ଭୟଭୀତ ଅଛନ୍ତି ତେଣୁ କରି ପ୍ରତିଟି ମଣିଷ ମାକ୍ସ ଏବଂ ସାନିଟାଇଜର ଆବଶ୍ୟକତା ଠାରୁ ଅଧିକ ଘରେ ନେଇ ମହଜୁଦ ରଖୁଛନ୍ତି । ଫଳରେ ବଜାରରେ ଏହାର କଳାବଜାରୀ ବୃଦ୍ଧି ପାଉଛି । କିନ୍ତୁ ବ୍ୟସ୍ତ ହେବାର ନାହିଁ ଘରେ ବସି କିପରି ଆପଣ ସାନିଟାଇଜର ପ୍ରସ୍ତୁତ କରିବେ ତାହା ଆଜି ଆମେ ଆପଣଙ୍କୁ କହିବୁ ।

ବିଏଚୟୁ ବାୟୋ ମଡ଼େିକାଲ ବିଭାଗର ଆସୋସିଏଟ ପ୍ରଫେସର ଡ଼ଃ ମାର୍ଶଲ ଧାୟଲ କହିଛନ୍ତି ଯେ ପ୍ରାୟ ୧୦୦ ଏମଏଲ ସାନିଟାଇଜର ମାତ୍ର ୫୦ ଟଙ୍କା ରେ ପ୍ରସ୍ତୁତ ହୋଇପାରିବ । ଏଥିପାଇଁ ୯୯ ପ୍ରତିଶତ ଆଲକହଲ , ୩୦ ପ୍ରତିଶତ ଆଲୋ ଭେରା ଏବଂ ସୋଡ଼ିୟମ ହାଇଡ଼୍ରକ୍ସାଇଡ଼ ଆବଶ୍ୟକତା ରହିଛି । ଏହି ତିନୋଟି ଜିନିଷର ମିଶ୍ରଣକୁ ଭଲ ଭାବେ ମିଶାଇ ଘାଟନ୍ତୁ । ଯେପରି ଭଲ ଭାବେ ଏହା ମିଶିବ । ଦୁଇ ମିନିଟ ପରେ ଏହି ମିଶ୍ରଣକୁ ଛାଣି ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ସାନିଟାଇଜର ।

ସେ ଆହୁରି କହିଛନ୍ତି ଯେ ଆଲକହଲ ବଦଳରେ ଆେଇସୋପ୍ରୋପେନାଲକୁ ଆଲୋ ଭୋରା ଜେଲ ସହ ମିଶ୍ରଣ କରି ସହଜରେ ପ୍ରସ୍ତୁତ କରି ପାରିବେ । ଏହା ଦୁଇରୁ ଚାରି ମିନିଟରେ ଘରେ ପ୍ରସ୍ତୁତ ହୋଇପାରିବ ।

Related posts

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

ମୁଶାରଫଙ୍କୁ ମୃତ୍ୟୁଦଣ୍ଡ

mahabharatanews

ବେତନ ନ କାଟିବା ନିର୍ଦ୍ଦେଶରୁ ସରକାର ଓହରିଗଲେ

mahabharatanews