ରୋମ: ବିଶ୍ୱ ମହାମାରୀର ଭୟାବହତାକୁ ନେଇ ଇଟାଲୀର ସ୍ଥିତି ସଂଗୀନ ହୋଇଯାଇଛି । ଇଟାଲୀର ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଚୀନକୁ ମଧ୍ୟ ପଛରେ ପକାଇ ଦେଇଛି । ପ୍ରତ୍ୟେହ ଏଠାରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି । ଗୁରୁବାର ସୁଦ୍ଧାର ଇଟାଲୀର ମୃତ୍ୟୁ ସଂଖ୍ୟା ୨୯୭୫ରେ ପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ ଏହା ୫୨୭ ଜୀବନ ନେଲାଣି । ଫଳରେ ଏହି ମୃତୁୃ୍ୟସଂଖ୍ୟା ୩୪୦୫ ଛୁଇଁଛି । ସେହିପରି ଚୀନରେ କୋରୋନା ମୃତ୍ୟୁସଂଖ୍ୟା ୩୨୪୮ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛିଚୀନରେ ଗତ ୨୪ ଘଣ୍ଟାରେ ମାତ୍ର ୩ ଜଣଙ୍କ ମୃତ୍ୟୁ ହୋଇଛି । ଅର୍ଥାତ୍ ଚୀନର କୋରୋନା ସ୍ଥିତି ସୁଧୁରିବାରେ ଲାଗିଛି । ଚୀନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ହଜାର ୩୫ ଥିବା ବେଳେ ଏମାନଙ୍କ ମଧ୍ୟରୁ ୪୪୪୦ ଜଣ ଭଲ ହୋଇ ଘରକୁ ଫେରିଛନ୍ତି ଓ ୩୩ହଜାର ୧୯୦ ଜଣଙ୍କ ଚିକିତ୍ସା ଚାଲିଛି । ଚିକିତ୍ସିତଙ୍କ ମଧ୍ୟରୁ ୨,୪୯୮ ଜଣଙ୍କ ସ୍ଥିତି ଗୁରୁତର ରହିଛି ।
previous post
next post
