ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ସମସ୍ତ ଓପିଡି ସାମୟିକ ଭାବେ ବନ୍ଦ ହୋଇଯାଇଛି । ଏମ୍ସ ଏବଂ ସମସ୍ତ ସ୍ପେସିଆଲିଟି କ୍ଲିନିକରେ ନିୟମିତ ·ଲୁଥିବା ଓପିଡିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବନ୍ଦ ରଖାଯାଇଛି । ଏହାପୂର୍ବରୁ, ଯଦି ଆବଶ୍ୟକ ନ ହୁଏ ତେବେ ଡାକ୍ତରଖାନା ନ ଯିବାକୁ ଏମ୍ସ ସମସ୍ତ ରୋଗୀଙ୍କୁ ନିବେଦନ କରିଥିଲା ।
କୋଭିଡ-୧୯ର ସଂକ୍ରମଣକୁ ରୋକିବା ପାଇଁ ଅନୁଷ୍ଠାନ ଏଭଳି ନିଷ୍ପତ୍ତି ନେଇଛି । ଏମ୍ସ ଶୁକ୍ରବାର ଦିନ ଏକ ସର୍କୁଲାର ଜାରି କରି ସମସ୍ତ ପ୍ରତିରୋଧଯୋଗ୍ୟ ଅସ୍ତ୍ରୋପ·ରକୁ ମାର୍ଚ୍ଚ ୨୧ରୁ ବନ୍ଦ କରାଯିବ ବୋଲି ଘୋଷଣା କରିଥିଲା ଏବଂ କେବଳ ଜରୁରୀକାଳୀନ ଜୀବନ ରକ୍ଷାକାରୀ ସର୍ଜରି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଶନିବାର ଠାରୁ ଏମ୍ସରେ ଅନାବଶ୍ୟକ ଅସ୍ତ୍ରୋପ·ର ଉପରେ ମଧ୍ୟରେ ନିଷେଧାଦେଶ ଲଗାଯାଇଛି । ଏହା ବ୍ୟତୀତ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଜରୁରୀ ରୋଗୀଙ୍କ ସଂଖ୍ୟା ହ୍ରାସ କରିବାକୁ ଓପିଡି ସମୟ ହ୍ରାସ କରାଯାଇଛି । ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ଏହାକୁ ରୋକିବା ପାଇଁ ସରକାର ବଡ ବଡ ପଦକ୍ଷପ ନେଉଥିବା ଦେଖାଯାଇଛି । ଏବେ ପଞ୍ଜାବରେ କର୍ଫ୍ୟୁ ଲାଗୁ କରାଯିବା ସହ ଦେଶର ଅନେକ ରାଜ୍ୟରେ ଲକ୍ ଡାଉନ୍ ଜାରି କରାଯାଇଛି । ସୋମବାର ଦିନ ଭାରତରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ୪୧୫କୁ ବୃଦ୍ଧି ପାଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଭୂତାଣୁରେ ୭ଜଣ ଲୋକ ପ୍ରାଣ ହରାଇ ସାରିଛନ୍ତି ।