Uncategorized

ଶେଷରେ ବୃଦ୍ଧ ଦମ୍ପତିଙ୍କୁ ମିଳିଲା ଭତ୍ତା

ବରଗଡ: ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାଙ୍କର ସ୍ତ୍ରୀ ସାଲିଣି(୮୫) । ଘରେ ତାଙ୍କ ସ୍ତ୍ରୀ ସାଲିଣି, ୩ ପୁଅ ଓ ଗୋଟିଏ ଝିିଅ । ନିହାତି ଗରିବ୍ ଭୂମିହୀନ ଏମାନେ । ୧୯୬୯ ମସିହାରେ ପେଟପାଟଣା ଲାଗି କୁଟୁମବସିଆ ନିଜର ମୂଳ ଗାଁ ସୁବର୍ଣ୍ଣପୁର ଛାଡି ବରଗଡ଼ ଜିଲା ମହୁଲପାଲିକୁ ଆସିଥିଲେ । ମହୁଲପାଲିରେ କୁଲିମଜୁରି କରି ଘନ ନିଜର ଛୁଆପିଲା ବଡ଼ କରି ପରିବାର ଚଳାଉଥିଲେ । କିନ୍ତୁ ପିଲାମାନେ ବିବାହ କରିବା ପରେ ବୃଦ୍ଧ ଦମ୍ପତିଙ୍କୁ ଛାଡି ଭିନ୍ନେ ହୋଇ ରହୁଛନ୍ତି । ଫଳରେ ଏହି ବୃଦ୍ଧ ଦମ୍ପତିଙ୍କ ବଞ୍ଚିବା କଷ୍ଟକର ହୋଇ ପଡିଛି । ସେମାନେ ବହୁô ହଇରାଣ ହେଉଥିଲେ ।ଏହି ଗରିବ ଦମ୍ପତି ଭତ୍ତାର ଲାଗି ଧାଇଁ ଧାଇଁ ନିରାଶ ହେବା ପରେ ଗଣମାଧ୍ୟମର ସହାୟତା ନେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ସେମାନଙ୍କ ଅସହାୟତାକୁ ନେଇ ଖବର ବାହାରଲା ପରେ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ବୃଦ୍ଧ ଦମ୍ପତିଙ୍କୁ ଭତା ଯୋଗାଇ ଦେବାର ଦିଗେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ଜିଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ଦାଶଙ୍କୁ ନିର୍ଦେଶ ଦେଇଥିଲେ । ଜିଲାପାଳଙ୍କ ନିର୍ଦେଶ ଅନୁସାରେ ଡିଏସ୍ଏସ୍ଓ ଆର ଉନିଅାଁ କର୍ମ·ରୀମାନେ ମହୁଲପାଲି ଗାଁରେ ପୁହୁଁଚି ଘନକୁଁ ଭେଟି ସବୁକଥା ପ·ରି ବୁଝିଥିଲେ । ଶେଷରେ ପ୍ରଶାସନ ବୃଦ୍ଧ ଦମ୍ପତିଙ୍କ ଭତ୍ତା ମଂଜୁର କରିଥିଲେ । ସ୍ଥାନୀୟ ସରପଞ୍ଚ ପିଙ୍କି ବଢ଼େଇ, ନିର୍ବାହୀ ଅଧିକାରୀ ବୃଦ୍ଧ ଦମ୍ପତିଙ୍କୁ ପଞ୍ଚାୟତକୁ ଡକାଇ ଦମ୍ପତିଙ୍କୁ ପ୍ରଦାନ କରିଛନ୍ତି । ଏଥିନେଇ ଉଭୟ ଦମ୍ପତି ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।

Related posts

ମୁଁ ତୁମ ଭାଲେଣ୍ଟାଇନ

mahabharatanews

ଆଜି ସୁନ୍ଦରଗଡ ଗସ୍ତ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ

mahabharatanews

କ୍ଷିଣ ଆଫ୍ରିକା: ମାଟି ତଳୁ ମିଳିଲା ୬ ହଜାରରୁ ଊଦ୍ଧ୍ୱର୍ ନରକଙ୍କାଳ

mahabharatanews