ଓଡିଶା

ପୋଲିସ ମାଡ଼ରେ ସାମ୍ବାଦିକ ଲହୁ ଲୁହାଣ

(ଜଳେଶ୍ୱର/ଅଜିତ ସାହୁ): ପୋଲିସ ମାଡ଼ରେ ଜଣେ କାର୍ୟ୍ୟରତ ସାମ୍ବାଦିକ ଲହୁ ଲୁହାଣ। ଏଭଳି ନିନ୍ଦନୀୟ ଓ ଅଭାବନିୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲ ବାଲିଆପାଳ ଥାନା ଅଞ୍ଚଳର। ଏଠାରେ ସୂଚନାଥାଉକି କରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ, ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ଏହାର ଖୋଲା ଖୋଲି ଉଲଂଘନ ହେଉଥିବା ନଜର ଆସିଛି। ଲକ ଡାଉନବେଳେ ବାଲିଆପାଳ ପୋଲିସ ଲକଡାଉନ ନିୟନ୍ତ୍ରଣ କରିବା ଖେତ୍ରରେ ସମ୍ପୃଣ୍ଣ ବିଫଳ ହୋଇଛି।ବାଲିଆପାଳ ଥାନା ନିକଟରୁ ମାତ୍ର ଅଳ୍ପ କିଛି ଦୂରରେ ଥିବା ସିମୁଳିଆ ଦୈନିକ ବଜାରରେ ପ୍ରବଳ ଲୋକ ଗହଳି ସାଙ୍ଗକୁ, ରାଜାରାଣୀ ଛକ ନିକଟରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ଏହି ସମୟରେ ଏକ ଘରୋଇ ଚେନାଲର କାର୍ୟ୍ୟରତ ସାମ୍ବାଦିକ ପ୍ରଦୀପ ଜେନା ସେଠାରେ ପହଁଚି ଫଟୋ ଉତ୍ତାଳନ କରିଥିଲେ। ଏତିକି ବେଳେ ବାଲିଆପାଳ ପୋଲିସ ପକ୍ଷରୁ ଗଣେଶ ଟୁଡୁ ନାମକ ଜଣେ କନେଷ୍ଟବଳ ଉକ୍ତ କାର୍ୟ୍ୟରତ ସାମ୍ବାଦିକଙ୍କୁ ଅତର୍କିତ ଭାବେ ଏକ ଠେଙ୍ଗାରେ ମାଡ଼ ମାରିବା ସହିତ ତାଙ୍କର ମୋବାଇଲକୁ ଜୋର ଜବରଦସ୍ତ ଛଡାଇ ଭାଙ୍ଗି ଦେବାକୁ ଉଦ୍ୟମ କରିଥିଲେ। ତେବେ ପ୍ରଦୀପ ନିଜକୁ ଜଣେ କାର୍ୟ୍ୟରତ ସାମ୍ବାଦିକର ପରିଚୟ ଦେବା ସହିତ ନିଜର ପରିଚୟ ପତ୍ର ଦେଖାଇ ଥିଲେ। ମାତ୍ର ପରିଚୟ ପତ୍ର ଦେଖୀ ମଧ୍ୟ କନେଷ୍ଟବଳ ଜଣକ ଦେଖି ଅଣଦେଖା କରିବା ସହିତ ଅଧିକ ଉତକ୍ଷିପ୍ତ ହୋଇ ବାଲିଆପାଳ ଥାନା ଏ.ସଏ.ଆଇ ଫକିର ପ୍ରଧାନଙ୍କ ଉପସ୍ଥିତିରେ କନେଷ୍ଟବଳ ଗଣେଶ ପୁଣି ଅତି ଅମାନୁସିକ ଭାବେ ମାଡ଼ ମାରିଥିଲେ। ଉକ୍ତ ଘଟଣାରେ ସାମ୍ବାଦିକ ଜଣକ ଲହୁ ଲୁହାଣ ହେବା ସହିତ ତାଙ୍କ ବାମ ହାତ ଭାଙ୍ଗି ଯାଇଛି। ସେ ଏବେ ଚିକିସ୍ତାଧିନ ରହିଛିନ୍ତି। କୋରୋନା ସଚେତନତା ସହିତ ଲୋକଙ୍କୁ ସଜାଗ କରିବା ପାଇଁ ଗଣ ମାଧ୍ୟମର ପ୍ରମୁଖ ଭୂମିକା ରହିଛି। ଗଣ ମାଧ୍ୟମ ପ୍ରତିନିଧି ମାନେ ନିଜ ଜୀବନକୁ ବାଜି ଲଗାଇ ସମାଜ ପାଇଁ ନିଜର କର୍ତ୍ତବ୍ୟ କରୁଛନ୍ତି। ଏଥି ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଗଣ ମାଧ୍ୟମକୁ ଧନ୍ୟବାଦ ଦେଉଥିବା ବେଳେ, କୋରୋନା ର ମୁକାବିଲା ପାଇଁ ସାମ୍ବାଦିକ, ପୋଲିସ, ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ର ପ୍ରମୁଖ ଭୂମିକା ରହିଥିବା ମଧ୍ୟ ଖୋଦ ସରକାର ସ୍ୱୀକାର କରିଛନ୍ତି। ତେବେ ଏଭଳି ସଙ୍କଟ ସମୟରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଜଣେ କନେଷ୍ଟବଳ ମାଡ଼ ମାରି ଲହୁ ଲୁହାଣ କରିବା କେତେ ଦୂର ଯୁକ୍ତିଯୁକ୍ତ, କାହା ଇଙ୍ଗିତରେ ସେ ମାଡ଼ ମାରି ଥିଲେ । ଏଭଳି ଅମାନୁଷିକ ଲାଠି ଚାର୍ଜ ପାଇଁ ତାଙ୍କୁ କିଏ ନିର୍ଦେଶ
ଦେଇଥିଲେ। ନାଁ ନିଜର ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏଭଳି ଅମାନୁସିକ କାର୍ୟ୍ୟ ଭିଆଇ ଥିଲେ। ଏଭଳି ଅନେକ କଥା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏନେଇ ସାମ୍ବାଦିକ ପ୍ରଦୀପ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରି ଥିବା ବେଳେ, ସାମ୍ବାଦିକ ସଙ୍ଘ ପକ୍ଷରୁ ଏଭଳି ଘଟଣାକୁ ଘୋର ନିନ୍ଦା କରିବା ସହିତ ନ୍ୟାୟ ନମିଳିଲେ ଆନ୍ଦୋଳନ କରାଯିବାର ଚେତାବନୀ ଦେଇଥିଲେ।ତେବେ ପୋଲିସ ବିଭାଗ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ତଦନ୍ତ କରିବା ସହିତ ଗଣେଶ ବିରୋଧରେ ରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ନେଇଥିବା ଜଣା ପଡ଼ିଛି।

Related posts

ମୁର୍ମୁଷୁ ଅବସ୍ଥାରେ ଯୁବକ ଉଦ୍ଧାର

mahabharatanews

ଅପେକ୍ଷାରେ ରଥ ସହ ସାରଥୀ

mahabharatanews

ଆଜିଠୁ ଭଦ୍ରକ ଓ ଧାମନଗର ପୌରାଞ୍ଚଳ ଲକଡାଉନ

mahabharatanews