ଓଡିଶା

ମହାମାରୀ କରୋନା ନେଇ ଉତ୍କଳ ଦିବସର ସବୁ ସଭା ସମିତି ବାତିଲ

(ଜୟନ୍ତ କୁମାର ସେଠୀ): ଆଜି ଉତ୍କଳ ଦିବସ । ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଓଡିଶା ବ୍ରିଟିଶ ଶାସନ ସମୟରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହୋଇଥିଲା। ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ନେଇଥିବା ମହାନ କର୍ଣ୍ଣଧାରମାନଙ୍କୁ ମନେ ପକାଇବା ପାଇଁ ଆଜି ରାଜ୍ୟରେ ବିଭିନ୍ନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତେବେ ମହାମାରୀ କରୋନା ନେଇ ରାଜ୍ୟ ସରକାରଙ୍କ ସାମାଜିକ ଦୂରତ୍ୱ କଟକଣାପରେ ସବୁ ସଭା ସମିତି ବାତିଲ ହୋଇଛି। ଏଣୁ ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ପୁରୀ ଜିଲ୍ଲା ପ୍ରଶାସନ କେଵଳ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଆଗରେ ପ୍ରଦୀପ ପ୍ରଜ୍ଵଳନ କରି ସମ୍ନାନ ଅର୍ପଣ କରାଯାଇଛି। ପୁରୀ ସହରରେ ବିଭିନ୍ନ ସ୍ଥାନରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ , ଆଚାର୍ୟ୍ୟ ହରିହରଙ୍କ ପ୍ରତିମୂର୍ତ୍ତି ସମେତ ମହାମନିସୀଙ୍କ ପ୍ରତିମୂର୍ତ୍ତିରେ କେଵଳ ପ୍ରଦୀପ ପ୍ରଜ୍ଵଳନ କରାଯାଇ ସନମାନ ଅର୍ପଣ କରାଯାଇଛି।

Related posts

ସାମ୍ବାଦିକ ନେଲେ କୋଭିଡ ଟୀକା

mahabharatanews

୫ଟି ସଚିବଙ୍କୁ ଭେଟି ନିଜ ଦୁଃଖ ଜଣାଇଲେ ବୃଦ୍ଧ ଦମ୍ପତ୍ତି

mahabharatanews

ପାର୍ବଣ ପାଇଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

mahabharatanews