ରାଜନୀତି

କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା

(ଶୁଭସ୍ମିତା ଦାଶ): କରୋନା ମୁକାବିଲା ପାଇଁ ୨କୋଟି ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଆସିକା ଏମ୍‌ପି ପ୍ରମିଳା ବିଷୋୟୀ । ଏମ୍‌ପି ବିଷୋୟୀ ୩ଲକ୍ଷ ଟଙ୍କାର ଏକ ଚେକ୍‌ ମୁଖ୍ୟନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ପ୍ରଦାନ କରିଛନ୍ତି। ଏଥିସହ ଏମ୍‌ପି ବିଷୋୟୀ ତାଙ୍କ ଏମ୍‌ପି ଫଣ୍ଡରୁ କେନ୍ଦ୍ର ସରକାରଙ୍କ ପିଏମ୍‌-କେୟାର୍ସ ସହାୟତା ପାଣ୍ଠିକୁ ୧କୋଟି ଟଙ୍କା ଏବଂ ଆସିକା ସଂସଦୀୟ କ୍ଷେତ୍ରରେ ସହାୟତା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କୁ ୧ କୋଟି ଟଙ୍କା ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି। ଏମ୍‌ପି ବିଷୋୟୀଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସମ୍ମତି ପତ୍ର ଲୋକସଭା ସଚିବାଳୟକୁ ପ୍ରଦାନ କରାଯାଇଥିବାବେଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ୧କୋଟି ଟଙ୍କାର ସହାୟତା ନିମନ୍ତେ ପ୍ରଦାନ କରିବା ସହ ଏହାର ନକଲ କେନ୍ଦ୍ର ସରକାରଙ୍କ ଷ୍ଟାଟିଟିକ୍ସ ମନ୍ତ୍ରଣାଳୟର ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରଣ କରିଥିବା ଏମ୍‌ପି ବିଷୋୟୀଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ଓ ସୁରଥ ପ୍ରଧାନ ସୂଚନା ଦେଇଛନ୍ତି।

Related posts

ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତା ସ୍ୱର

mahabharatanews

ଦିଲ୍ଲୀରେ ରାହୁଲଙ୍କୁ ‘ନିଖୋଜ’ ଦର୍ଶାଇ ପୋଷ୍ଟର, ରାଜନୀତିରେ ତେଜିଲା ବାକ୍‌ଯୁଦ୍ଧ

mahabharatanews

ବଙ୍ଗ ଜନାଦେଶ: ଭୋଟର ତାଲିକା ସଂଶୋଧନକୁ ନେଇ ଅଭିଯୋଗ କେତେ ଯୁକ୍ତିଯୁକ୍ତ?

mahabharatanews