(କଣିହାଁ/ଜ୍ୟୋତି ରଂଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଏନଟିପିସି ବୃହତ ତାପଜ ବିଦ୍ୟୁତ୍ ପ୍ରକଳ୍ପର ସ୍ୱୋଛାସେବୀ ମାନଙ୍କ ପକ୍ଷରୁ ହରିହରପୁର ପଂଚାୟତସ୍ଥ ବଲାଙ୍ଗୀ ମାଙ୍କେଡିଆ ବସ୍ତିରେ ବସବାସ କରୁଥିବା ଅସହାୟ ପରିବାର, ସମଲସ୍ଥିତ ଲେବର କଲୋନୀର ଶ୍ରମିକ ଓ ପ୍ରକଳ୍ପ ପାରିପାର୍ଶିକ ଗ୍ରାମାଚଂଳ ଅସହାୟ, ଗରିବ ମାନଙ୍କୁ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି । ସମଗ୍ର ଦେଶରେ କରୋନା ଭୂତାଣୁ ସଂକ୍ରମଣକୁ ଚେକ୍ ଦେବା ପାଇଁ ସରକାରଙ୍କ ଲକଡାଉନ(ତାଲାବନ୍ଦ)କୁ ସଫଳ ରୂପାୟନ ପାଇଁ ସଂପୃକ୍ତ ପ୍ରକଳ୍ପ ପକ୍ଷରୁ ନିୟୋଜିତ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଥିଲା । ଏହି ଟାସ୍କ ଫୋର୍ସ ସଦସ୍ୟ ମାନେ ସଂପୃକ୍ତ ଅସହାୟ ଲୋକଙ୍କୁ ମାକ୍ସ, ସାବୁନ, ସର୍ଫ, ଦିଆସିଲି, ଶୋରିଷ ତେଲ, ଚାଉଳ, ଡାଲି, ପନିପରିବା ଓ ଦୈନଦିନ ଜୀବନରେ ପରିବାର ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିତରଣ କରିଛନ୍ତି । ପ୍ରାୟ ୧ହଜାରରୁ ଉଦ୍ଦ୍ୱର୍ ପରିବାର ଏଥିରେ ଉପକୃତ ହୋଇଥିବା ଜଣାଯାଇଛି । ଏନଟିପିସି ଆଫେକ୍ସ ୟୁନିୟନ ସଭାପତି ଗୋକୁଳାନନ୍ଦ ସ୍ୱାଇଁ, ଲୋକ ସମ୍ପର୍କ ଅଧିକାରୀ ଅମିତ ବେହେରା, ଏନଟିପିସି ଆଇଏନଟିୟୁସି କର୍ମଚାରୀ ସଂଘର ସଭାପତି ଜଗବନ୍ଧୁ ପ୍ରଧାନ, ସମ୍ପାଦକ ସତୟାନନ୍ଦ ସାହୁ ପ୍ରମୁଖ ଅନ୍ୟ ସଦସ୍ୟ ମାନେ ଏହି ବିତରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକଙ୍କୁ ଘରୁ ନବାହାରିବା, ସର୍ବଦା ହାତ, ମୁହଁକୁ ସଫାସୁତରା ରଖିବା, ଅଜଣା ଅଚିହାଁ ଲୋକଙ୍କୁ ଦେଖିଲେ ସ୍ଥାନୀୟ ପୋଲିସକୁ ଖବରଦେବା ଉପରେ ପରାମର୍ଶ ଦେଇଥିଲେ । ସେହିପରି ପ୍ରକଳ୍ପ ପାରିପାର୍ଶିକ ଇଲାକାରେ ଲକଡାଉନ ସମୟରେ ଯେଉଁ ଶ୍ରମିକ ମୁଲ ମଜୁରି ବନ୍ଦ ହୋଇଯାଇଛି ଉପଯୁକ୍ତ ଗରିବ ଅସହାୟ ପରିବାରଙ୍କୁ ଏଥିରେ ଉପକୃତ ହୋଇପାରିବେ ବୋଲି ସଦସ୍ୟ ମାନେ ପ୍ରକାଶ କରିଛନ୍ତି । ଏଭଳି ସଂକଟଜନକ ସ୍ଥିତରେ ପ୍ରକଳ୍ପ କରୋନା-୧୯ ଲଢେଇରେ ନିଜକୁ ସାମିଲ ହେବା ନେଇ ସଦସ୍ୟ ମାନେ ଖୁସିବ୍ୟକ୍ତ କରିଛନ୍ତି । ପ୍ରତିଦିନ ଏଭଳି ଅନେକ ଗ୍ରାମର ଅସହାୟ, ଗରିବ ପରିବାରକୁ ସାମିଲ କରାଯିବ ବୋଲି ଏନଟିପିସି ସ୍ୱେଛାସେବୀ ଟାସ୍କ ଟିମ ପକ୍ଷରୁ କୁହାଯାଇଛି ।
next post
