ଓଡିଶା

ସତ୍ୟନଗର ସିଲ କଲା ବିଏମସି

ମହାଭାରତ/ ଭୁବନେଶ୍ୱର: ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଜଣେ କୋଭିଡ-୧୯ ମାମଲା ସାମ୍ନାକୁ ଆସିବା ପରେ ସେହି ଅଞ୍ଚଳକୁ ଆଜି ବିଏମସି ପକ୍ଷରୁ ସିଲ କରି ଦିଅ।ଯାଇଛି । ଚିହ୍ନଟ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରିଲ ନ ଥିବା ବେଳେ ତାଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ରାଜ୍ୟ ସରକାରର ଚିନ୍ତା ବଢାଇ ଦେଇଛି ।

ରାଜ୍ୟ ସରକାର ଏହାକୁ ଗୋଷ୍ଠୀ ସଂକ୍ରମଣ ହେବାକୁ ନ ଦେବାକୁ ସମସ୍ତ ପ୍ରକାଣ ପଦକ୍ଷେପ ନେଉଛନ୍ତି । ଏହି ନୂତନ ଚିହ୍ନଟ ପରେ ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ସତ୍ୟନଗର ଛକରୁ କାଳି ମନ୍ଦିର ଛକ, କାଳି ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ୍ସ କ୍ୱାଟର, ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାଟର ଦେଇ ସତ୍ୟନଗର ଛକରେ ଥିବା ବିଗବଜାର ଅଞ୍ଚଳକୁ ସିଲ କରି ଦିଆଯାଇଛି । ଏହି ଅଞ୍ଚଳରୁ କେହି ବାହାରକୁ ଯାଇ ପାରିବେ ନାହିଁ କି ବାହାରୁ କେହି ଭିତରୁ ଯିବେ ନାହିଁ । ତେବେ ସେହି ଅଞ୍ଚଳବାସୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗଇ ଦେବାର ସମସ୍ତ ବ୍ୟବସ୍ଥା କରାଯିବ । ଉକ୍ତ ଅଞ୍ଚଳ ପାଇଁ ଏକ ହେଲପ୍ ଲାଇନ ନମ୍ବର ୧୯୨୯ ଜାରି କରାଯାଇଛି ।

Related posts

ପୁରୀ ରେଡ଼କ୍ରସ ରୋଡ଼ର ଏକ ନାଳରେ ପଡିଛି ଅଜଣା ଯୁବକର ଶରୀର

mahabharatanews

ଟ୍ରାକ୍ଟର ଦୁର୍ଘଟଣାରେ ମହିଳା ମୃତ୍ୟୁ

mahabharatanews

ନିଜ ସୁରକ୍ଷା ପ୍ରତି ବିଶେଷ ଯତ୍ନବାନ ହୋଇ ଉତ୍ସବରେ ସାମିଲ ହୁଅନ୍ତୁ

mahabharatanews