ଓଡିଶା

କଳାହାଣ୍ଡି ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଗୋଲାପ ସାହୁ/ କଳାହାଣ୍ଡି: ସାରା ରାଜ୍ୟରେ ବର୍ତ୍ତମାନ କୋରନାର ଭୟ।ରାଜ୍ୟରେ ୭ଏପ୍ରିଲ ସୁଦ୍ଧା ଜଣକ ରକ୍ତ ନମୁନା ପରୀକ୍ଷା ହୋଇଥିବା ବେଳେ ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ବି ଜଣେ ଯୁବକ ଏଥିରେ ସାମିଲ ଅଛନ୍ତି।ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୋଲିସ ଏକ ଅଭିନବ ପ୍ରୟାସ ଆରମ୍ଭକରି ଉଦାହରଣ ପାଲଟିଛି।ଭବାନୀପାଟଣା ରକ୍ତ ଭଣ୍ଡାରରେ ଆବଶ୍ୟକ ପରିମାଣର ରକ୍ତ ମହଜୁଦ ଲାଗି ପ୍ରତି ଥାନା ତଥା ଫାଣ୍ଡି ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନ ଶିବର ଆୟୋଜନ କାରିଛି।ଜୟପାଟଣା ଥାନା ଓ କଲମପୁର ଫାଣ୍ଡି ତରଫରୁ କଲମପୁର ଉଚ୍ଚ ବିଦ୍ୟାଳୟ ଠାରେ ରକ୍ତଦାନ ଶିବର ହୋଇଥିଲା।ଏଥିରେ ଅଞ୍ଚଳର ସ୍ବେଚ୍ଛାସେବୀ ମନେ ୬୩ ୟୁନିଟ ରକ୍ତ ଦାନ କରିଥିବା ବେଳେ କଲମପୁର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ୟ୍ୟ ଙ୍କୁ ଅଞ୍ଚଳରେ ଲୋକେ କୃତଜ୍ଞତା ଜ୍ଞାପନ କରିଛନ୍ତି।ଆଗାମୀ ଦିନରେ ଏହା ଅନେକଙ୍କ ଜୀବନ ବଞ୍ଚାଇବା ସହ ସ୍ୱାସ୍ଥ୍ୟ ବିଭାଗ କୁ ଏକ ପ୍ରକାର ଶକ୍ତି ବୃଦ୍ଧି ପାଇଛି ବୋଲି କାହାଯାଉଛି।କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଡାକ୍ତର ସୁଭାସିସ ସ୍ୱାଇଁ ଙ୍କ ତତ୍ତ୍ୱାବଧାନରେ କାର୍ୟ୍ୟକ୍ରମକୁ ଧର୍ମଗଡ଼ ଚିକିତ୍ସାଳୟର ରୁ କର୍ମକର୍ତ୍ତା ମାନେ ଆସି ରକ୍ତ ସଂଗ୍ରହ କରିଥିବା ବେଳେ କଳାହାଣ୍ଡି ପୋଲିସ ପକ୍ଷରୁ ଜିଲ୍ଲା ଅତିରିକ୍ତ ପୋଲିସ ଆରକ୍ଷୀ ମନୋଜ କୁମାର ମହାପାତ୍ର, ଏସ୍ଡିପିଓ ଲଷ୍ମୀନାରାୟଣ ପଣ୍ଡା, କଲମପୁର ଏଏସଆଇ ମନୋରଞ୍ଜନ ଆଚାର୍ୟ୍ୟ, ଜୟପାଟଣା ଆଇଆଇସି ରଶ୍ମିତା ପ୍ରଧାନ, କନେଷ୍ଟବଳ ଚକାଡୋଳା ବାଗ,ବବୃବାହାନ ଠାକୁରଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।ଏହା ପ୍ରତି ଥାନା କ୍ଷେତ୍ରରେ କରାଯିବ ବୋଲି ଏସ୍ଡ଼ିଓ ଶ୍ରୀ ପଣ୍ଡା କହିଛନ୍ତି। ଏହି ଶିବିରରେ ରକ୍ତଦାତାମାନଙ୍କୁ ପୋଲିସ ପକ୍ଷରୁ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଦିଆଯାଇଥିଲା

Related posts

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

mahabharatanews

ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୨ ମୃତ

mahabharatanews

ରାଜ୍ୟସଭା ପ୍ରାର୍ଥୀ ପାଇଁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରିବୁ ।

mahabharatanews