ଓଡିଶା

ସାମାଜିକ ଦୂରତାକୁ ପଛରେ ପକାଇ ଉଜ୍ଜଳା ଗ୍ୟାସ ପାଇଁ ଭିଡ଼

(ଅଜିତ ସାହୁ/ ଜଳେଶ୍ୱର): ବାଲିଆପାଳ ହିନ୍ଦୁସ୍ଥାନ ପେଟ୍ରୋଲିୟମ ରନ୍ଧନ ଗ୍ୟାସ ବିତରଣ କେନ୍ଦ୍ରରେ ଅବ୍ୟବସ୍ଥା। ଉଜ୍ଜଳା ଯୋଜନାରେ ଗ୍ୟାସ ପାଇବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଭିଡ । ସାମାଜିକ ଦୂରତ୍ୱକୁ ପଛରେ ପକାଇ ଗ୍ୟାସ ଟାଙ୍କି ଧରି ରାତି ତମାମ ବସିଛନ୍ତି ଶତାଧିକ ହିତାଧିକାରୀ। କିନ୍ତୁ ଟାଙ୍କା ମାଲିକଙ୍କ ମନମୁଖୀ କାର୍ଯ୍ୟ ଓ ନିୟମ ଅନୁଯାଇ ଯେଉଁ ସମୟ ସୀମା ଟାଙ୍କି ଦେବାକୁ ଦିଆଯାଇଛି ସେହି ଅନୁଯାୟୀ କାଉଣ୍ଟର ନ ଖୋଲିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଲୋକେ ଗ୍ୟାସ ଟାଙ୍କି ପାଇ ପାରୁ ନାହାନ୍ତି । ଏହାକୁ ନେଇ ଗତକାଲି ରାତିରେ ଅସନ୍ତୁଷ୍ଟ ହିତାଧିକାରୀ ଟାଙ୍କି ଧରି ରାତି ତମାମ କେନ୍ଦ୍ର ସମ୍ମୁଖରେ ଖାଲି ପେଟରେ ବସିଥିଲେ । ଫଳରେ ଉପଭୋକ୍ତା ଓ ଟାଙ୍କୀ କର୍ମକର୍ତ୍ତାଙ୍କ ମଧ୍ୟରେ ଦେଖାଦେଇଛି ମୁହାଁମୁହିଁ ପରିସ୍ଥିତି ।

ଉଜ୍ଜଳା ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଗ୍ୟାସ ଟାଙ୍କି ମାଗଣା ଦେବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଲୋକଙ୍କ ମଧ୍ୟରେ ଗ୍ୟାସ ନେବାକୁ ପ୍ରବଳ ଭିଡ । ଭିଡ ଏପରି ହେଉଛି କି ସାମାଜିକ ଦୂରତ୍ୱା ଅବଲମ୍ବନକୁ ଲୋକେ ଭୁଲି ଯାଉଛନ୍ତି । ଏହାର ଖୋଲା ଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳିଛି ବାଲିଆପାଳ ଏଚ ପି ରନ୍ଧନ ଗ୍ୟାସ ବିତରଣ କେନ୍ଦ୍ରରେ। ସରକାର ରାଜ୍ୟରେ ରନ୍ଧନ ଗ୍ୟାସ ଭଳି ସମସ୍ତ ଅତି ଆବଶ୍ୟକ ଜିନିଷ ମହଜୁଦ ରହିଛି ବୋଲି ଡ଼ିଡ଼ିମ୍ବ ପିଟୁଛନ୍ତି । କିନ୍ତୁ ଲୋକେ ଗ୍ୟାସ ପାଇଁ ଲାଇନ ଲଗାଇ ଦିନ ଦିନ ଭୋକ ଉପାସରେ ଠିଆହୋଇଛନ୍ତି । ଶହଶହ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଯୋଗୁ ସାମ।।ଜିକ ଦୂରତ୍ୱ ରକ୍ଷା ସମ୍ଭବ ପର ହୋଇପାରୁ ନାହିଁ । ଅପରପକ୍ଷରେ ବହୁ ଅପକ୍ଷା ପରେ ଗ୍ୟାସ ଟାଙ୍କି ନ ମିଳିବାରୁ ଆଜିି ଟାଙ୍କି ମାଲିକ ଓ ହତାଧିକାରୀ ମୁହାଁମୁହିଁ ହୋଇଥିଲେ । ଘଟଣା ଥାନାକୁ ଗଲା । ଏହାକୁ ନେଇ ଟାଙ୍କି ମାଲିକ କୁହନ୍ତି, ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ନେଇ ଲୋକଙ୍କୁ ବହୁବାର ବୁଝାଉଥିଲେ ମଧ୍ୟ ତାଙ୍କ କଥ।। କେହି ଶୁଣୁନାହାନ୍ତି । ଆମ ନିକଟରେ ବିପୁଳ ଷ୍ଟକ ରହିଛି । ସମସ୍ତେ ଆରାମରେ ଗ୍ୟାସ ପାଇବେ । ଉଜ୍ଜଲା ଗ୍ରାହକ ମାନେ ଅଵଶ୍ୟକତା ଠାରୁ ଅଧିକ ବ୍ୟସ୍ତ ହୋଇ ପଡୁଛନ୍ତି। ଉଜ୍ଜଲା ଗ୍ୟାସ ବିତରଣ ପାଇଁ ଅନେକ ସରକାରି କଟକଣା ରହିଛି, ସେସବୁ କୁ ପୁରଣକରି ଲକଡାଉନ କଟକଣା ସତ୍ତ୍ୱେ ଜିଲାପାଳଙ୍କ ନିର୍ଦେଶ କ୍ରମେ ଲୋକଙ୍କୁ ଅଧିକରୁ ଅଧିକ ସେବା ପ୍ରଦାନ କରା ଯାଉଛି ବୋଲି ବାଲିଆପାଳ ଏଚ୍ପି ଗ୍ୟାସ ଏଜେନ୍ସି ପକ୍ଷରୁ ଖଗେନ୍ଦ୍ର ସାମଲ ସୂଚନା ଦେଇଛନ୍ତି। ଅପରପକ୍ଷରେ ଲୋକେ ଅଭିଯୋଗ କରନ୍ତି, ଅନ୍ୟ ଉଜ୍ଜଳା କେନ୍ଦ୍ରରେ ଏକାଧିକ କାଉଣ୍ଟର କରାଯିବା ସହ ଟୁକନ ବ୍ୟବସ୍ଥା କରାଯାଇ ସକାଳ ୭ରୁ ୩ଟା ପର୍ଯ୍ୟନ୍ତ ଗ୍ୟାସ ବିତରଣ ହୋଉଛି । କିନ୍ତୁ ଏଠାରେ ସେ ସୁବିଧା ନାହିଁ । କାଉଣ୍ଟରକୁ ମାତ୍ର କିଛି ସମୟ ପାଇଁ ଖୋଲା ଯାଉଛି । ତେଣୁ ଲୋକେ ଗ୍ୟାସ ପାଇ ପାରୁନାହାନ୍ତି ଓ ଗହଳି ବଢୁଛି । ଗତକାଲି ଲୋକ ଟାଙ୍କି ଧରି ବସିଥିଲେ ମଧ୍ୟ ଟାଙ୍କି ଯୋଗା ଗଲାନାହିଁ । ଅନ୍ୟ ପଟେ ଏଭଳି ଘଟଣା ବାରମ୍ବାର ଘଟୁଥିଲେ ବି ଏଚ ପି କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ, ଯୋଗାଣ ଅଧିକାରୀ ,ଜିଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ସମସ୍ୟାର ସମାଧାନ କରିବା ପାଇଁ ବୁଦ୍ଧି ଯିବି ମହଲରେ ଦାବି ହୋଇଛି।

Related posts

ଟ୍ରକ୍ ଦୂର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ

mahabharatanews

କପ୍ତିପଦା ଉପଖଣ୍ଡରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

mahabharatanews

 ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ; ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ନିମନ୍ତ୍ରଣ

mahabharatanews