ଓଡିଶା

ଋଥଯାତ୍ରା : ସପ୍ତମ ପର୍ୟ୍ୟାୟରେ ପହଞ୍ଚିଲା ରଥକାଠ

(ଜୟନ୍ତ ସେଠି/ଗୋପ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥକାଠ । ସପ୍ତମ ପର୍ୟ୍ୟାୟରେ ଏହି ରଥ କାଠ ଆସି ପହଞ୍ଚିଛି । ଏଥିରେ ମୋଟ ୨୦ ଖଣ୍ଡ କାଠ ରହିଥିବାବେଳେ ୧୯ଟି ଧଉରା ଓ ଗୋଟିଏ ଅସନ କାଠ ଆସିଛି । ଏହା ଉତ୍ତର ଘୁମୁସର ବନଖଣ୍ଡ, ଭଞ୍ଜନଗରରୁ ଏକ ଟ୍ରକ ଯୋଗେ ଆସିଛି । ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟାରେ ୩ ରଥର ନିର୍ମାଣ କାର୍ୟ୍ୟ ଅନୁକୂଳ ହେବ। ତେବେ ଲକ ଡାଉନ ଚାଲୁଥିବା ବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଯାତ୍ରା ଅୟୋଜନ ନେଇ ବିଭିନ୍ନ ମହଲରେ ଅନେକ ଆଶଙ୍କା ପ୍ରକାଶ ପାଇଛି । ୧୯୩ ଖଣ୍ଡ କାଠ ପୂର୍ଵ ବର୍ଷ ଠାରୁ ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଛି । ଚଳିତ ବର୍ଷ ୬୭୨ ଖଣ୍ଡ କାଠ ର ଆବଶ୍ୟକତା ରହିଛି । ପୂର୍ବରୁ ଷଷ୍ଠ ପର୍ୟ୍ୟାୟ ସୁଧା ବଡଦାଣ୍ଡରେ ୨୨୪ ଖଣ୍ଡ କାଠ ପହଞ୍ଚି ସାରିଛି । ସେହିପରି ସପ୍ତମ ପର୍ୟ୍ୟାୟରେ ଆଉ ୨୦ ଖଣ୍ଡ କାଠ ପହଞ୍ଚିଛି। ବାକି ଅନ୍ୟ କାଠ ପର୍ୟ୍ୟାୟ କ୍ରମେ ଆସି ପହଞ୍ଚିବ।

Related posts

ୟୁନିସେଫ ମ୍ୟୁଜିକାଲ ଭିଡିଓରେ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ

mahabharatanews

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।

mahabharatanews

ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

mahabharatanews