Uncategorized

ନୌସେନ।ର ୨୧ କର୍ମଚାରୀ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା କବଜାରେ ଭାରତୀୟ ନୌସେନା । ସେନାର ୨୧ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ୨୧ ଜଣଙ୍କ ମଧ୍ୟରୁ ୨୦ ଜଣ ଇଣ୍ଡିଆନ୍ ନାଭାଲ ସିପ୍ ଆଙ୍ଗରେର। ଅନ୍ୟ ଜଣେ ଏପ୍ରିଲ ୭ରେ ଚିହ୍ନଟ ହୋଇଥିଲେ। ଏହି ଆକ୍ରାନ୍ତ ଜଣଙ୍କ ନୌସେନାର ନାବିକ। ଏମାନେ ସମସ୍ତେ ଓଘଝ ଆଙ୍ଗରେରେ ରହୁଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ସମସ୍ତଙ୍କୁ ମୁମ୍ୱାଇର କୋଲାବାସ୍ଥିତ ଇଣ୍ଡିଆନ ନେଭୀ ହସ୍ପିଟାଲ (ଆଇଏନଏଚଏସ୍)ରେ ଭର୍ତ୍ତି କରାଯାଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ତେବେ ଜାହାଜ ଏବଂ ବୁଡ଼ାଜାହାଜରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏହି ସଂକ୍ରମଣ ବିସ୍ତାର କରିନଥିବା ସୂଚନା ରହିଛି।

ଏତେ ସଂଖ୍ୟକ ଯବାନ ସଂକ୍ରମିତ ହେବା ପରେ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ ହେବା ସହ ଏହା ମଧ୍ୟରେ ସେମାନେ କାହା ସଂସ୍ପର୍ଷରେ ଆସିଥିଲେ ତାର ଯାଞ୍ଚ କରାଯାଉଛି । ଲକଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ମୁମ୍ବାଇ ସହରକୁ ଏହି ନୌସେନା ଅଧିକାରୀ ଯାଇଥିଲେ। ଏହି ସମୟରେ ସେମାନେ କାହା ସଂସ୍ପର୍ଶରେ ସନ୍ଦେହ କରାଯାଇ ଯାଞ୍ଚ ଚାଲିଛି । ଏହାପୂର୍ବରୁ ଭାରତୀୟ ସ୍ଥଳ ସେନାର ୮ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ସେହିପରି ଗତ କିଛି ଦିନ ତଳେ ଆମେରିକା ନୌସେନାର ଏକ ଯାହାଜର ୬୬୦ ଜଣ କ୍ରୁ ମେମ୍ବର କରୋନାରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଆକ୍ରାନ୍ତ ହୋଇଥିବା ୨୧ ଜଣଙ୍କୁ ମୁମ୍ବାଇର ନୌସେନା ଡାକ୍ତରଖାନା ଆଇଏନଏଚଏସରେ ଏକାନ୍ତବାସରେ ରଖାଯାଇଛି। ସେନାରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ଯେଉଁଥିରେ ଦୁଇଜଣ ଡାକ୍ତର ଏବଂ ଜଣେ ନର୍ସ ଅଛନ୍ତି। ଏଥି ସହିତ, ଯେଉଁ ସୈନିକମାନେ କୌଣସି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିନାହାଁନ୍ତି, ସେମାନଙ୍କୁ ୟୁନିଟକୁ ଫେରାଇ ନିଆଯାଉଛି। ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ ଗୋଟିଏ ବେଙ୍ଗାଲୁରୁରୁ ଜମ୍ମୁ ଏବଂ ଅନ୍ୟଟି ବାଙ୍ଗାଲୋରରୁ ଗୁଆହାଟୀ ପର୍ୟ୍ୟନ୍ତ ଚାଲୁଛି ବୋଲି ସେନା ମୁଖ୍ୟ ଜେନେରାଲ ଏମ.ଏମ ନରୱାନେ ସୂଚନା ଦେଇଛନ୍ତି ।

Related posts

ପର୍ତ୍ତୁଗୀଜ ରାଷ୍ଟ୍ରପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

mahabharatanews

 ଏକ ନୂଆ ଭୂତାଣୁ ସଂକ୍ରମଣରେ ୫୦୦ରୁ ଅଧିକ ସଂକ୍ରମିତ

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ୬୪୪ ସନ୍ତ୍ରାସବାଦୀଙ୍କ ଆତ୍ମସମର୍ପଣ

mahabharatanews