ଅପରାଧଓଡିଶା

ବିପୁଳ ଦେଶୀ ମଦ ସହ ୪ ଗିରଫ

ଢେଙ୍କାନାଳ: କରୋନାକୁ ନେଇ ଦେଶ ବ୍ୟାପୀ ଲକଡାଉନ ଚାଲିଥିବା ବେଳେ କିନ୍ତୁ ମଦ ବେପାରୀ ତାଙ୍କ କାମ ଜାରି ରଖିଛନ୍ତି । ଏମିତି ଚୋରା ଦେଶୀ ମଦ ଆଜି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ଦେଶୀ ମଦ ସହ ୫୦ ହଜାର ଟଙ୍କା ଜବତ କରାଯାଇଛି ଓ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଢେଙ୍କାନାଳ ଜିଲ୍ଲା ଅବକାରୀ ଇନସ୍ପେକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତି ଓ ସମୀର ମହାନ୍ତି ପ୍ରମୁଖ ଚଢଉ କରି ବେଲଟିକିରି କଲେଜ ପାଖରୁ ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଏହି ମାମଲାରେ ୨ଜଣଙ୍କୁ ଗିରଫ କରିଥିଲେ । ସେମାନେ ଏକ କାର୍ ଯୋଗେ ଚୋରା ମଦ ବିକ୍ରି କରିବାକୁ ନେଉଥିବା ବେଳେ ଧରାପଡ଼ିଥିଲେ। ହେଲେ ଘଟଣାସ୍ଥଳରୁ କାର୍ ଚାଳକ ଫେରାର୍ ହୋଇଯାଇଥିଲା। ଗିରଫମାନେ ହେଲେ ଟୁକୁନା ବେହେରା (୨୫) ଓ ପ୍ରକାଶ ଦେହୁରୀ(୨୫)।
ସେହିପରି ସିମୁଳିଆ ଅଞ୍ଚଳରୁ ଅବକାରୀ ବିଭାଗର ମୋବାଇଲ୍ ସ୍କ୍ବାଡ୍ ନକୁଳ ଦେହୁରୀ(୩୧) ନାମକ ଜଣେ ଲୋକକୁ ଗିରଫ କରିବା ସହ ତାଙ୍କଠାରୁ ୪୦ ଲିଟର ମଦ ଜବତ କରିଥିଲେ। କାଙ୍କଡ଼ପାଳରୁ ମଧ୍ୟ ବିଭୁଜା ଦେହୁରୀ ନାମକ ଜଣେ ଲୋକଠାରୁ ୨୦ ଲିଟର ଦେଶୀ ମଦ ଜବତ କରିବା ସହ ତାକୁ ଗିରଫ କରାଯାଇଛି ।

Related posts

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

mahabharatanews

ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ରାଜ୍ୟସରକାର ଦେଇଛନ୍ତି ନୂଆ ଦାୟିତ୍ୱ

mahabharatanews

ବଜ୍ରକାପ୍ତା ଚାଲାଣ ବେଳେ ଧରାପଡିଲା ବ୍ୟବସାୟୀ

mahabharatanews