Uncategorized

ବାଘ ପରେ ବିରାଡି ଶରୀରରେ କରୋନା

ନ୍ୟୁୟର୍କ: ଆମେରିକାରେ କରୋନା ଆତଙ୍କ ଖେଳାଇଛି । ଏହି ଭୂତାଣୁରେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ ୮୪୯୦୯୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୭୬୨୧ ଜଣଙ୍କ ମୃତ୍ୟୁ ହେଲାଣି । ଏହି ଭୂତାଣୁ ଆମେରିକା ପ୍ରଶାସନର ନିଦ ହଜାଇ ଦେଇଛି । ଏପରି ସମୟରେ ଆହୁରି ଚିନ୍ତା ବଢାଇଛି ଦୁଇ ବିରାଡିଙ୍କଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ । ଆମେରିକାର କୃଷି ବିଭାଗ ଏବଂ ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧକ କେନ୍ଦ୍ର କହିଛନ୍ତି ଯେ ସେ ବିରାଡ଼ି ଦୁହିଁଙ୍କ ଠା‌‌ରେ ସାମାନ୍ୟ ଶ୍ବାସପ୍ରଶ୍ବାସଜନିତ ଅସୁସ୍ଥତା ଦେଖା ଦେଇଥିଲା। ସମ୍ଭବତଃ ସେମାନେ ରହୁଥିବା ପରିବାର କିଂବା ‌ପଡ଼ୋଶୀମାନଙ୍କ ଘରେ କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥାଇ ପାରନ୍ତି। ବିରାଡ଼ି ଦୁଇଟି ରାଜ୍ୟର ପୃଥକ୍ ଅଞ୍ଚଳରେ ରହୁଥିଲେ। ସପ୍ତାହେ ତଳେ ପ୍ରଥମ ବିରାଡ଼ିଟି ଅସୁସ୍ଥ ହୋଇ ପଡ଼ିଥିଲା। କିନ୍ତୁ, ଏହି ବିରାଡ଼ି ରହୁଥିବା ପରିବାରେ କେହି କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇ ନ ଥିବା ଜଣାପଡ଼ିଛି। ଦ୍ବିତୀୟ ବିରାଡ଼ିର ମାଲିକ କିନ୍ତୁ, କରୋନାଭାଇରସ୍ ଦ୍ବାରା ସଂକ୍ରମିତ ବୋଲି ପରୀକ୍ଷାରୁ ଜଣାପଡ଼ିଛି। ତାଙ୍କ ଘରେ ଥିବା ଅନ୍ୟ ଗୋଟାଏ ବିରାଡ଼ି ଠାରେ ଅସୁସ୍ଥତାର କୌଣସି ଲକ୍ଷଣ ଦେଖା ଯାଇନାହିଁ। ତେବେ ବିରାଡି ସଂକ୍ରମିତ ହେବାର ଲକ୍ଷଣ କାଶ ଓ ନାକରୁ ସାମାନ୍ୟ ପାଣି ଗଡ଼ିବା ରହିଛି । ପୂର୍ବରୁ କୁହାଯାଉଥିବା ଜୀବଜନ୍ତୁଙ୍କ ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ହୋଇନ ଥାଏ । କିନ୍ତୁ ଆମେରିକାର ଏହି ବିରାଡି ସଂକ୍ରମିତ ହେବା ପୂର୍ବରୁ ବ୍ରନଜକ୍ସ ଚିଡିଆଖାନାର କିଛି ବାଘ ଠାରେ କରୋନା ଭୂତାଣୁ ମିଳିଥିଲା । ତେବେ ଏହାକୁ ନେଇ କୁହାଯାଉଛି, ଜୀବଜନ୍ତୁଙ୍କ ମଧ୍ୟରେ ଭୂତାଣୁ ସଂକ୍ରମଣ ହୋଇନ ଥାଏ । ଯଦିବା ହୁଏ ଏଥିରେ ଆତଙ୍କିତ ହେବାର କିଛି ନାହିଁ, ଏହି ସଂକ୍ରମଣ ଶୂନ୍ୟ ସଦୃଶ ହୋଇଥାଏ ।

Related posts

ଋତୁସ୍ରାବ ସୃଷ୍ଟିକରେ କ୍ୟାନସର!

mahabharatanews

ପ୍ରାଥମିକତାରେ ଶିକ୍ଷକଙ୍କୁ ଟୀକା

mahabharatanews

ଏସିଡ୍ ବିକ୍ରି ଉପରେ ମଧ୍ୟପ୍ରଦେଶ ସରକାର ଲଗାଇବେ କଟକଣା

mahabharatanews