Uncategorized

କରୋନା ମୃତ୍ୟୁର କାରଣ ଆମ ଦୃଷ୍ଟିଭଙ୍ଗି

ନୂଆଦିଲ୍ଲୀ: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକଭାବେ ବୃଦ୍ଧି ପାଇଚାଲିଛି । ଏଥିନେଇ ଦିଲ୍ଳୀ ଏମ୍ସର ନିର୍ଦ୍ଦେଶକ ଅନ୍ୟମାନଙ୍କ ଦୃଷ୍ଟି ଭଙ୍ଗିକୁ ଦାୟୀ କରିଛନ୍ତି । ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା କହିଛନ୍ତି, କରୋନା ଭୂତାଣୁରେ କେହି ଆକ୍ରାନ୍ତ ହେଲେ ତାଙ୍କୁ ଅନ୍ୟମାନେ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ତେଣୁ ଲକ୍ଷଣ ପ୍ରକାଶ ପାଇବା ସତ୍ତେ୍ୱ ଲୋକେ ହସ୍ପିଟାଲ ଆସିବାକୁ ପଛାଉନ୍ତି । କିନ୍ତୁ ଯେତେବେଳେ ସ୍ଥିତି ଅସମ୍ଭାଳ ହେଉଛି, ଶ୍ୱାସକ୍ରିୟାରେ ଗୁରୁତର ଅସୁବିଧା ହେଉଛି, ସେମାନେ ବାଧ୍ୟହୋଇ ହସ୍ପିଟାଲ ଆସୁଛନ୍ତି । ସେତେବେଳକୁ ରୋଗ ଅଣାୟତ ହୋଇଯ।।ଉଛି ଓ ରୋଗୀ ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ତେଣୁ ସେମାନଙ୍କୁ ଘୃଣା ନ କରି ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଡ ଗୁଲେରିୟା କହିଛନ୍ତି ।

ସେ ଆହୁରି କହିଛନ୍ତି, ଅଧିକାଂଶ ମାମଲାରେ ଏହି ଭୂତାଣୁର ଚିକିତ୍ସା କରାଯାଇପାରିବ। ୮୦ ପ୍ରତିଶତ ରୋଗୀଙ୍କୁ କେବଳ ସପୋର୍ଟିଭ କେୟାରର ଆବଶ୍ୟକତା ରହିଛି। ମାତ୍ର ୨୦ ପ୍ରତିଶତ ଆକ୍ରାନ୍ତଙ୍କ ପ୍ରତି ଅଧିକ ଧ୍ୟାନଦେବା ଜରୁରୀ ହୋଇଥାଏ। ସେମାନଙ୍କ ମଧ୍ୟରୁ ୫ ପ୍ରତିଶତଙ୍କୁ ଭେଣ୍ଟିଲେଟରର ଆବଶ୍ୟକ। ଗୁରୁତର ରୋଗୀଙ୍କ ମଧ୍ୟରୁ ୧୫ ପ୍ରତିଶତକୁ ଭେଣ୍ଟିଲେଟର ବଦଳରେ ଅକ୍ସିଜେନ ସପୋର୍ଟ ଦରକାର ପଡ଼ିଥାଏ। ତେଣୁ ସମୟ ଥାଇ ରୋଗୀ ହସ୍ପିଟାଲ ଆସିଲେ ଚିକିତ୍ସାରେ ସୁଫଳ ମିଳିବ । ଏଥିନେଇ ଲୋକଙ୍କର ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ସେମାନଙ୍କୁ ଘୃଣା ନ କରି ସହଯୋଗ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Related posts

ଆମେରିକା ସିନେଟରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାସ

mahabharatanews

ବିଷ ପିଇ ଶାଳି ଭିଣୋଇଙ୍କ ଆତ୍ମହତ୍ୟା

mahabharatanews

ନିର୍ବାଚନକୁ ନେଇ ଚିନ୍ତାରେ ଇସିଆଇ

mahabharatanews