ଓଡିଶା

ବଜ୍ରପାତ ନେଲା ତିନି ଜୀବନ

(ଟୁକୁନା ଖରା/ନବରଙ୍ଗପୁର): ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କର ଜୀବନ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ଗାଁ ନିକଟ ବାଉଁସିୟାଗୁଡ଼ା ଗାଁରେ ।

ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଗାଁର ତିନିଜଣ ସାଙ୍ଗ ସବୁଦିନ ଭଳି ଗତକାଲି ମଧ୍ୟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ତିନିଜଣ ଗୁରୁତ୍ୱର ହେବା ପରେ ସମସ୍ତଙ୍କୁ ଗ୍ରାମବାସୀମାନେ ନବରଙ୍ଗପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମାନେ ହେଲେ ଲଳିତ ବିନ୍ଧାଣି, ମତିରାମ ବିନ୍ଧାଣି , କଦମ ହରିଜନ ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ପ୍ରାୟ ୧୬ ରୁ ୧୮ ବର୍ଷ ମଧ୍ୟରେ ହୋବ ବୋଲି ସୂଚନା ମିଳିଛି ।୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁ ରେ ଶୋକର ଛାୟା ଖେଳିଯାଇଛି।

Related posts

ହରିଶଙ୍କରରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ

mahabharatanews

ନିଶା ବିରୋଧୀ ସଚେତନତା ଅଭିଯାନର ନେତୃତ୍ୱ ନେଲେ ଆଇଜି, ସେଣ୍ଟ୍ରାଲ ରେଞ୍ଜ

mahabharatanews

ସର୍ଚ୍ଚ ଅପରେସନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

mahabharatanews