ଓଡିଶା

ବଜ୍ରପାତ ନେଲା ତିନି ଜୀବନ

(ଟୁକୁନା ଖରା/ନବରଙ୍ଗପୁର): ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କର ଜୀବନ । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଚଟାହାଣ୍ଡି ଗାଁ ନିକଟ ବାଉଁସିୟାଗୁଡ଼ା ଗାଁରେ ।

ସୂଚନା ଅନୁଯାୟୀ ସନ୍ଧ୍ୟା ସମୟରେ ଗାଁର ତିନିଜଣ ସାଙ୍ଗ ସବୁଦିନ ଭଳି ଗତକାଲି ମଧ୍ୟ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା । ବଜ୍ରପାତରେ ତିନିଜଣ ଗୁରୁତ୍ୱର ହେବା ପରେ ସମସ୍ତଙ୍କୁ ଗ୍ରାମବାସୀମାନେ ନବରଙ୍ଗପୁର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ମାନେ ହେଲେ ଲଳିତ ବିନ୍ଧାଣି, ମତିରାମ ବିନ୍ଧାଣି , କଦମ ହରିଜନ ବୋଲି ଜଣାପଡିଛି । ସମସ୍ତଙ୍କ ବୟସ ପ୍ରାୟ ୧୬ ରୁ ୧୮ ବର୍ଷ ମଧ୍ୟରେ ହୋବ ବୋଲି ସୂଚନା ମିଳିଛି ।୩ ଜଣଙ୍କ ମୃତ୍ୟୁକୁ ନେଇ ଗାଁ ରେ ଶୋକର ଛାୟା ଖେଳିଯାଇଛି।

Related posts

ସ୍ବାଧୀନ ଭାବେ ବାଲେଶ୍ବରରୁ ଲଢ଼ିବେ ଖାରବେଳ ସ୍ବାଇଁ

mahabharatanews

ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଗୃହରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ

mahabharatanews

୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ବର୍ଷା ସମ୍ଭାବନା

mahabharatanews