ଓଡିଶା

ଲାଇସେନ୍ସ ପ୍ରାପ୍ତ ସରକାରୀ ମଦଭାଟି ଉପରେ ଚଢାଉ, ୩ ଭାଟି କର୍ମଚାରୀ ଅଟକ

ରଜନୀକାନ୍ତ ପାତ୍ର/ ହିଞ୍ଜିଳି: ଦିଗପହଣ୍ଡି ବ୍ଳକ ନିମଖଣ୍ଡି ପେଣ୍ଠ ଗ୍ରାମ ନିକଟରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ବାହାର ଦେଶୀମଦ ଭାଟିକୁ ସୋମବାର ଦିଗପହଣ୍ଡି ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୈତ କୁମାର ସ୍ୱାଇଁ ନେତୃତ୍ୱରେ ସିଲ କରାଯାଇଛି । ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଲକ୍ ଡାଉନ୍ ନୀତି ନିୟମକୁ ଉଲ୍ଲଂଘନ କରି ସରକାରୀ ମଦଭାଟିରେ ବେଆଇନ ଭାବେ ମଦ ପାଉଚ ପ୍ରସ୍ତୁତ କରି ରୀତିମତ ଚୋରା ଚାଲାଣ କରାଯାଉଥିବା ତହସିଲଦାର କହିଛନ୍ତି । ଗତ ବୁଧବାର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଲାଇସେନ୍ସ ପ୍ରାପ୍ତ ସରକାରୀ ମଦଭାଟିକୁ ସ୍ଥାନୀୟ ଅବକାରୀ ଏସ ଆଇ ଅଭିରାମ ସାହୁ ଏବଂ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଜଉମୁଦ କରାଯାଇଥିଲା । କିନ୍ତୁ ମଦଭାଟିରୁ ଦେଶୀମଦ ପାଉଚ ପ୍ରସ୍ତୁତ କରାଯାଇ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ ଗତ ଶୁକ୍ରବାର ଦେଶୀମଦ ଭାଟିକୁ ଯାଇ ତଦନ୍ତ କରିବା ସମୟରେ କିଛି ମଦଭାଟି କର୍ମଚାରୀ ପ୍ରତିବାଦ କରିବା ସହ ଜଣେ ମହିଳା କର୍ମଚାରୀ ସେମାନଙ୍କୁ ଧମକ ଦେଇଥିଲେ ବୋଲି ତହସିଲଦାର କହିଛନ୍ତି । ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନା ଆଇ ଆଇ ସି ବସନ୍ତ କୁମାର ସେଠୀ ସୋମବାର ସଦଳବଳେ ଦେଶୀମଦ ଭାଟିରେ ଚଢାଉ କରି ମଦ ଓ ମଦ ପୋଚ ଜବତ କରିଥିଲେ । ପୋଲିସ ୩ ଜଣ ମଦଭାଟି କର୍ମଚାରୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି । ଅବକାରୀ ବିଭାଗ ସହ ମଦଭାଟି କର୍ତ୍ତୃପକ୍ଷ ଗୋପନ ସମ୍ପର୍କ ରଖିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ଏସ ଡି ପି ଓ କହିଛନ୍ତି । ଆଗରେ ତାଲା ପକାଇ ପଛ ପଟ ଖୋଲା ରଖି ବେଅ ।ଇନ ମଦ ପ୍ରସ୍ତୁତ କରାଯାଇ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ର ତଦନ୍ତ ଚାଲିଥିବା ପୋଲିସ କହିଛି ।

Related posts

OAS ସ୍ତରରେ ଅଦଳବଦଳ, ତ୍ରିଷ୍ଣା ବିଶ୍ୱାଳ ରାଜ୍ୟ ସୂଚନା କମିଶନରଙ୍କ ଅନୁସଚିବ ଭାବେ ନିଯୁକ୍ତ

mahabharatanews

ସାଲେପୁରରେ ଲକଡାଉନ କଡାକଡି

mahabharatanews

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ

mahabharatanews