ଓଡିଶା

ସୁରକ୍ଷା କବଚ ପ୍ରସ୍ତୁତ କଲା କୋଭିଡ୍-୧୯ର ଆଇଟିଆଇ

(ରଜନିକାନ୍ତ ପାତ୍ର, ହିଞ୍ଜିଳି): ବ୍ରହ୍ମପୁର ସରକାରୀ ଆଇଟିଆଇ ପ୍ରସ୍ତୁତ କରିଛି ସ୍ବତନ୍ତ୍ର ସୁରକ୍ଷା କବଚ କ୍ଷ ବର୍ତ୍ତମାନ କୋଭିଡ୍-୧୯ର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ସ୍ବାସ୍ଥ୍ୟ କର୍ମୀ ଓ ଡାକ୍ତର ଆକ୍ରାନ୍ତ ହେଉଥିବା ଦୃଷ୍ଟିକୁ ଆସୁଛି କ୍ଷ ଏହାକୁ ଏଡାଇବା ତଥା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପ୍ରଦାନ ନେଇ ଆଇଟିଆଇ ପକ୍ଷରୁ ଏରୋସଲ ବକ୍ସ, ଫେସ୍ ସିଲ, ମୋବାଇଲ୍ କୋଭିଡ୍ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରମୁଖ ତିନୋଟି ସୁରକ୍ଷା କବଚ ପ୍ରସ୍ତୁତ କରାଯାଇଛି କ୍ଷ ଚିକିତ୍ସା ତଥା ସ୍ବାବ୍ ନମୁନା ସଂଗ୍ରହ ବେଳେ ସଂକ୍ରମିତଙ୍କଠାରୁ ଡାକ୍ତରଙ୍କୁ ସୁରକ୍ଷା ଦେବା ନେଇ ଏରୋସଲ ବକ୍ସ ପ୍ରସ୍ତୁତ କରାଯାଇଛି କ୍ଷ ଯାହା ୪ ଏମ୍ଏମ୍ ଟ୍ରାନ୍ସପରେଣ୍ଟ ଏକ୍ରିଲିକ୍ ସିଟ୍ ଦ୍ୱାରା ପ୍ରସ୍ତୁତ ହୋଇଛି। ଡାକ୍ତରମାନେ ଏରୋସଲ ବକ୍ସ ବ୍ୟବହାର କରି ସଂକ୍ରମଣରୁ ନିଜକୁ ରକ୍ଷା କରି ସଂକ୍ରମିତଙ୍କ ଚିକିତ୍ସା କରିପାରିବେ ବୋଲି ଆଇଟିଆଇ ଅଧ୍ୟକ୍ଷ ଡ. ରଜତ ପାଣିଗ୍ରାହୀ ସୂଚାଇଛନ୍ତି ସେହିପରି ସ୍ବାସ୍ଥ୍ୟ ସେବା ତଥା କୋଭିଡ୍-୧୯ କାର୍ୟ୍ୟରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀ, ପୋଲିସ, ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଭାଇରସ୍ ସଂକ୍ରମଣରୁ ସୁରକ୍ଷା ନିମିତ୍ତ ଫେସ୍ ସିଲ୍ଡ ପ୍ରସ୍ତୁତ କରାଯାଇଛି କ୍ଷ ଯାହାର ମୂଲ୍ୟ ମାତ୍ର ୧୧ ଟଙ୍କା ରହିଥିବା ବେଳେ ଏହାଦ୍ୱାରା ମନୁଷ୍ୟର ମୁହଁ ସମ୍ପୂର୍ଣ୍ଣ ଘୋଡାଇ ହୋଇ ରହିବ ଏଥିରେ ଫୋମ୍ ଲାଇନିଂ ବ୍ୟବହାର କରାଯାଇଥିବାରୁ ବ୍ୟକ୍ତି ଏହାକୁ ଅଧିକ ସମୟ ପର୍ୟ୍ୟନ୍ତ ମଧ୍ୟ ମୁହଁରେ ଲଗାଇ ରଖିପାରିବ କ୍ଷ ଏହା ବ୍ୟତୀତ ରୋଗୀଙ୍କୁ ସ୍ପର୍ଶ ବିନା ନମୁନା ସଂଗ୍ରହ ନିମିତ୍ତ ମଧ୍ୟ ଏକ ମୋବାଇଲ କୋଭିଡ୍ ସାମ୍ପୁଲ କଲେକ୍ସନ କିଓସ୍କ ପ୍ରସ୍ତୁତ କରାଯାଇଛି କ୍ଷ ତେବେ ଆଗାମୀ ଦିନରେ ରାଜ୍ୟରେ ରହିଥିବା କୋଭିଡ୍-୧୯ ହସ୍ପିଟାଲକୁ ଏରୋସଲ ବକ୍ସ ଯୋଗାଇ ଦିଆଯିବାକୁ ଯୋଜନା ରହିଥିବା ବେଳେ ଆସନ୍ତା ଗୁରୁବାର ଅନ୍ଲାଇନ୍ ଯୋଗେ ଭାରତର ସମସ୍ତ ଆଇଟିଆଇକୁ ଏରୋସଲ ବକ୍ସ ପ୍ରସ୍ତୁତି ପ୍ରଣାଳି ସମ୍ପର୍କରେ ତାଲିମ ପ୍ରଦାନ କରିବା ସହ ଭାରତର ସଂକ୍ରମିତ ରାଜ୍ୟରେ ଥିବା କୋଭିଡ୍-୧୯ ହସ୍ପିଟାଲରେ ଏହାକୁ ଉପଲବ୍ଧ କରାଇବା ନେଇ ପ୍ରୟାସ କରାଯିବ ବୋଲି ଅଧ୍ୟକ୍ଷ ପାଣିଗ୍ରାହୀ କହିଛନ୍ତି କ୍ଷ

Related posts

କୋରାପୁଟ ଜିଲ୍ଲାରୁ ୪୦୦ ରକ୍ତ ନମୁନା ସଂଗ୍ରହ କରୁଛି ଆରଏମ୍ଆରସି

mahabharatanews

ମାର୍ଚ୍ଚ ୩ ଓ ୪ ରେ ବିଜୁ ଜନତା ଦଳର ପ୍ରଶିକ୍ଷଣ ଶିବିର

mahabharatanews

ଗଞ୍ଜାମରୁ ଗୁଜରାଟକୁ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ, ୮ ମୃତ

mahabharatanews