ଓଡିଶା

ଡାକ୍ତର ହେବତ ଏମିତି, ଡାକ୍ତର ରୂପରେ ଭଗବାନ

(ଜଳେଶ୍ୱର/ଅଜିତ ସାହୁ):  କୋରୋନା ମାଡ଼ରେ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି। ଗ୍ରାମାଞ୍ଚଳ ର ଲୋକେ ଓଳିଏ ଖାଇଲେ ,ଓଲିଏ ଉପବାସ ରହୁଛନ୍ତି। ଏହି ସମୟରେ ଅର୍ଥ ଅଭାବରେ ପେଟ ପୁରୁ ନଥିବା ବେଳେ, ସ୍ୱାସ୍ଥ୍ୟ କଥା ପଚାରୁଛି କିଏ। ଅନ୍ୟ ପଟେ ଦାଉ ସାଜୁଛି ପୋଲିସ୍ ର ଭୟ। ରୋଗ ହେଲେ ବି ଦାନ୍ତ କାମୁଡି ଘରେ ରହିବାକୁ ପଡୁଛି। ତେବେ ଏହି ଲକଡାଉନ ସମୟରେ କେହି ଘରୁ ବାହାରକୁ ବାହାରୁ ନଥିବାବେଳେ ଦେବଦୂତ ସାଜି ଲୋକଙ୍କ ନିକଟରେ ପହଁଚିଛନ୍ତି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଦେବବ୍ରତ ଜେନା। ଗାଁଆ ଗାଁଆ ବୁଲି ଲୋକମାନଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇବାର ଦୃଢ଼ ସଂକଳ୍ପ ନେଇଛନ୍ତି। ଏହି ଅବସରରେ ରଘୁନାଥ ପୁର ପଞ୍ଚାୟତ ଅଫିସ୍ ପ୍ରାଙ୍ଗଣରେ ଡାକ୍ତର ଜେନାଙ୍କ ନେତୃତ୍ୱରେ ଫାର୍ମାସିଷ୍ଟ , ଷ୍ଟାପନର୍ସ,ଏନ ଏମ, ହେଲଥ ଓ୍ବାରକର ,ପାଥୋଲଜି ଟେକ୍ନିସିଆନ,ଏବଂ ସ୍ଥାନୀୟ ଆଶା ଓ ଅଙ୍ଗନୱାଡି କର୍ମୀ ଅଞ୍ଚଳବାସୀ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ। କେବଳ ସେତିକି ନୁହଁ ପଣ୍ଡରୁଙ୍ଗି ଗ୍ରାମର ପକ୍ଷଘାତ ରୋଗୀ ଶମ୍ବୁନାଥ ଧଳଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିଲା। ତାଙ୍କର ଅନ୍ତେଷ୍ଟି କ୍ରିୟା ପାଇଁ ଡାକ୍ତର ଶ୍ରୀ ଜେନା ପାଞ୍ଚ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।

ଚିକିସ୍ତା ଖେତ୍ରରେ ନିଜର ଉତ୍ତମ ବ୍ୟବହାର, ନିଷ୍ଠାପରତା ଓ ନିରବିଛିନ୍ନ ସେବା ପାଇଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ, ଦୁର୍ଦ୍ଦିନ ବେଳେ ଲୋକଙ୍କ ନିକଟରେ ପହଂଚି ମାଗଣା ଚିକିତ୍ସା ସେବା ସହିତ ଅସହାୟଙ୍କୁ ସହଯୋଗର ହାତ ବଢ଼ାଇ ସଭିଙ୍କ ପ୍ରସଂସାର ପାତ୍ର ହୋଇପାରିଛନ୍ତି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଡାକ୍ତର ହେବତ ଏମିତି,ଡାକ୍ତ

Related posts

ବାଲ୍ୟ ବିବାହ ବିରୋଧରେ ସଚେତନତା ଅଭିଯାନ

mahabharatanews

ମଣିଷ ପାଇଁ ଉଜୁଡି ଯାଉଛି ନୀରିହ ପକ୍ଷୀଙ୍କ ସଂସାର

mahabharatanews

 ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା,ଗଲାଣି ୩୪ ଜୀବନ 

mahabharatanews