Uncategorized

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

ସିଓଲ: ଦୀର୍ଘ ଦିନ ଧରି ଉତ୍ତରକୋରିଆର ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କୁ ନେଇ ଲାଗିରହିଥିବା ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି ଶୁକ୍ରବାର ଦିନ, ଯେତେବେଳେ କିମ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେଠାରେ ସେ ଏକ କମ୍ପାନୀର ଉଦ୍ଘାଟନ ପାଇଁ ଯାଇଥିଲେ । ଉଦ୍ଘାଟନୀ ଉତ୍ସବରେ ସେ ଫିତା କାଟୁଥିବା ବେଳର ଫଟୋ ଭାଇରାଲ ହେବାରେ ଲାଗିଛି ।

ଶୁକ୍ରବାର ଉତ୍ତରକୋରିଆର ରାଜଧାନୀ ପୋଙ୍ଗୟାଙ୍ଗ ନିକଟ ସୁଚୋନରେ ଏକ ସାର କମ୍ପାନୀର ଉଦ୍ଘାଟନୀ ଉତ୍ସବ ଥିଲା । ଏହି ଉତ୍ସବରେ କିମ ଉପସ୍ଥିତ ରହିବା ସହ କମ୍ପାନୀର ଉଦ୍ଘାଟନ ନିଜେ କରିଥିଲେ । ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁସାରେ, ରାଜଧାନୀ ପୋଙ୍ଗୟାଙ୍ଗ ନିକଟ ସୁଚୋନ୍‌ରେ ଶୁକ୍ରବାର କିମ୍‌ ଏକ ସାର କମ୍ପାନୀର ଉଦ୍‌ଘାଟନ କରିଛନ୍ତି। କିମ୍‌ ଫର୍ଟିଲାଇଜର କମ୍ପାନୀ ଉଦଘାଟନ କରିବା ସମୟର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସେ ସାମାନ୍ୟ ଅସୁସ୍ଥ ଥିବା ଫଟୋରୁ ଜଣାପଡ଼ୁଛି।

ସୂଚନାଯୋଗ୍ୟ, କିମ୍‌ ଗତ ଏପ୍ରିଲ ୧୧ ତାରିଖରେ ପଲିଟ୍‌ ବ୍ୟୁରୋ ମିଟିଂରେ ସାମିଲ ହୋଇଥିଲେ। ଏହା ପରେ ଆଉ ତାଙ୍କୁ ଦେଖିବାକୁ ମିଳି ନ ଥିଲା। ଫଳରେ ତାଙ୍କର ସ୍ବାସ୍ଥ୍ୟକୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। କିଛି ଗଣମାଧ୍ୟମ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଦାବି କରିଥିଲେ।

Related posts

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews

ଗମ୍ଭୀରଙ୍କ ଫାଉଣ୍ଡେସନ ବିରୋଧରେ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ମନା

mahabharatanews