(କଣିହାଁ/ଜ୍ୟୋତି ରଂଜନ ଧର): କଣିହାଁ ବ୍ଲକ ଅନ୍ତର୍ଗତ କଣିହାଁ ତହସିଲ କାର୍ଯ୍ୟଳୟରେ ଶୁକ୍ରବାର ନୂତନ ତହସିଲଦାର ଭାବରେ ପତିତ ପାବନ ଦେବତା ଯୋଗ ଦେଇଛନ୍ତି । କଣିହାଁ ଇନ୍ଚାର୍ଜ ତହସିଲଦାର ତଥା ଅତିରକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ ଆଜି ଦାୟିତ୍ୱ ଶ୍ରୀ ଦେବତାଙ୍କୁ ହସ୍ତାନ୍ତର କରିଛନ୍ତି । ଅନୁଗୋଳ ଜିଲ୍ଲାରେ ଅତିରିକ୍ତ କଲେକ୍ଟର ରୂପେ ପୂର୍ବରୁ ଶ୍ରୀ ଦେବତା କାର୍ଯ୍ୟଭାର ସମ୍ଭାଳି ଥିଲେ । ଆଜି କଣିହାଁ ତହସିଲ ପକ୍ଷରୁ ଶ୍ରୀ ସାମଲ ଓ କର୍ମଚାରୀ ମାନେ ନୂତନ ତହସିଲଦାରଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ସୂଚନାରୁ ପ୍ରକାଶ ଯେ, ପ୍ରାକ୍ତନ ତହସିଲଦାର ଅଂଶୁମାନ ସତପଥି ବଦଳି ହୋଇ ଅନୁଗୋଳ ଜିଲ୍ଲାର ବିଡିଓ ଭାବରେ ଯୋଗ ଦେଇଛନ୍ତି । ମାର୍ଚ୍ଚ ୧ତାରିଖରୁ ଅତିରକ୍ତ ତହସିଲଦାର ଭାବେ ସମସ୍ତ କାର୍ଯ୍ୟ ଶ୍ରୀ ସାମଲ ତୁଲାଇ ଆସୁଥିଲେ । ସରକାରଙ୍କ ସମସ୍ତ ଯୋଜନର ସୁଫଳ ଲୋକଙ୍କ ପାଖରେ ପହଁଚାଇବାର ପ୍ରୟାସ କରିବା ନେଇ ନୂତନ ତହସିଲଦାର ଶ୍ରୀଯୁକ୍ତ ଦେବତା ମତପ୍ରକାଶ କରିଛନ୍ତି ।