Uncategorized

କୋଭିଡ-୧୯ ଚିକିତ୍ସାକାରୀ ଡାକ୍ତରଙ୍କ ବିରୋଧରେ ମାମଲା

ମୁମ୍ବାଇ: କରୋନା ମହାମାରୀ ସହ ଚାଲିଥିବା ଯୁଦ୍ଧରେ ନିରନ୍ତର ନିଜ ଜୀବନକୁ ବାଜି ଲଗାଇ ରୋଗୀସେବା କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ କର୍ମୀଙ୍କ ତ୍ୟାଗ ନିକଟରେ ସମସ୍ତେ ନତମସ୍ତକ । ଏପରି ସମୟରେ କିନ୍ତୁ କରୋନା ଯୋଦ୍ଧାଙ୍କ ତୁଚ୍ଛ ମାନସିକତା ଅତ୍ୟନ୍ତ ଲଜ୍ଜା ଜନକ । ଏହି ମହାମାରୀ ସମୟରେ ଭଗବାନ ରୂପେ ବିବେଚିତ ହେଉଥିବା ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ଆଇସିୟୁରେ ଚିକିତ୍ସିତ ଜଣେ ଆକ୍ରାନ୍ତଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ଉକ୍ତ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

ସୂଚନା ଅନୁଯାୟୀ, ମୁମ୍ବାଇର ଏକ ଘରୋଇ ହସ୍ପିଟାଲର ୩୪ ବର୍ଷୀୟ ଡାକ୍ତର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ୪୪ବର୍ଷ ବୟସ୍କ ପୁରୁଷ ରୋଗୀଙ୍କୁ ଅଶାଳୀନ ଭାବେ ସ୍ପର୍ଶ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ଜଣା ପଡିଛି। ଘଟଣାର ଗୋଟେ ଦିନ ପୂର୍ବରୁ ମୁମ୍ବାଇର କେନ୍ଦ୍ରୀୟ ଅଞ୍ଚଳରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଭିଯୁକ୍ତ ଯୋଗ ଦେଇଥିଲେ। ବର୍ତ୍ତମାନ ଡାକ୍ତରଖାନାର ଅଭିଯୋଗକୁ ଦୃଷ୍ଟିରେ ରଖି ମୁମ୍ବାଇ ପୁଲିସ ଡାକ୍ତରଙ୍କ ବିରୋଧରେ ଏତଲା ରୁଜୁ କରିଛି।

ପୁଲିସ କହିଛି ଯେ, ଅଭିଯୁକ୍ତ ଡାକ୍ତର କରୋନାଭାଇରସ୍ ପଜିଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଏପର୍ୟ୍ୟନ୍ତ ତାଙ୍କୁ ଗିରଫ କରାଯାଇ ନାହିଁ। ଏବେ ଡାକ୍ତରଙ୍କୁ ତାଙ୍କ ଘରେ ୧୪ଦିନ ପାଇଁ ସଙ୍ଗରୋଧରେ ରଖାଯାଇଛି। ସଙ୍ଗରୋଧର ଅବଧି ପରେ ତାଙ୍କୁ ଗିରଫ କରାଯିବ ।

Related posts

ଗଗନଯାନ ମିଶନ ମହାକାଶଚାରୀଙ୍କ ପାଇଁ ଡିଆରଡିଓର ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା

mahabharatanews

ପିଜ୍ଜା ଡେଲିଭରୀ ବୟଙ୍କୁ କରୋନା: ହୋମ କ୍ୱାରେଣ୍ଟାଇନରେ ୭୨ ପରିବାର

mahabharatanews

ବିଧାୟଙ୍କୁ କିଣିବାକୁ ଚେଷ୍ଟା କରିଥିବା ନେତାଙ୍କ ପର୍ଦ୍ଦାଫାସ କରିବୁ: ବିଏସ ରାଥୋଡ

mahabharatanews