ଓଡିଶା

କରୋନା ସାଙ୍ଗକୁ, ଦାଉ ସାଜୁଛି କାଳ ଵୈଶାଖୀ

(ଜଳେଶ୍ୱର/ଅଜିତ ସାହୁ): ସବୁଆଡେ କୋରନା ଆତଂକ ଜାରି ରହିଥିବା ବେଳେ, ଅଦିନିଆ ମେଘ ବର୍ଷା ସାଙ୍ଗକୁ କାଳ ବୈଶାଖୀ ଚାଷୀ ମାନଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଫସଲ ଅମଳ ସମୟରେ ଏଭଳି ପାଣିପାଗ ପାଇଁ ଚାଷୀ କୁଳ ହତାଶ। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ବସ୍ତା,ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଆଦି ଅଞ୍ଚଳରେ ହଜାର ହଜାର ହେକ୍ଟର ଜମିରେ ରବି ଧାନ ସାଙ୍ଗକୁ ବିଭିନ୍ନ ପନିପରିବା ଚାଷ ହୋଇଥିଲା। ସାଧରଣତଃ ବର୍ତ୍ତମାନ ସମୟରେ ପ୍ରଚୁର ପରିମାଣର ପନିପରିବା ଅମଳ ହୋଇଥାଏ । ତେବେ କୋରନା ଓ ଲକ ଡାଉନ କଟକଣା ପାଇଁ ହାଟ,ବଜାର, ଗାଡି ଘୋଡା ,ପରିବହନ ଆଦି ବନ୍ଦ ଥିବାରୁ ପନିପରିବା ବାହାର ବଜାରକୁ ରପ୍ତାନି ହୋଇ ପାରୁନାହିଁ। ନିକଟସ୍ଥ ବଜାରରେ ଶାଗ ମାଛ ଦାମରେ କୁଇଣ୍ଟାଲ,କୁଇଣ୍ଟାଲ ପନିପରିବା ବିକ୍ରି କରି ତେଲ ଲୁଣ ସଂସାର ପ୍ରତିପୋଷଣ କରୁଛି ଚାଷୀ। ଅନ୍ୟ ପଟେ କାଳବୈଶାଖୀ ସାଙ୍ଗକୁ ଅଦିନିଆ ବର୍ଷା ଓ କୁଆପଥର ମାଡ଼ରେ କୁଇଣ୍ଟାଲ କୁଇଣ୍ଟାଲ ପନିପରିବା ଚାଷ ଜମିରେ ପଚି ସଡ଼ି ନଷ୍ଟ ହେଉଛି । କେବଳ ସେତିକି ନୁହଁ ପ୍ରତିକୂଳ ପାଗ ପାଇଁ ରବିଧାନ ଅମଳ ହୋଇପାରୁ ନାହିଁ, କି ଲକ ଡାଉନ କଟକଣା ପାଇଁ ଧାନ କଟା ମେସିନ ମଧ୍ୟ ଉପଲବ୍ଧ ହେଉନାହିଁ। ଧାର କରଜ କରି ଚାଷୀ ଚାଷ କରିଥିଲା। ଏବେ କେମିତି ସେମାନେ ତେଲ ଲୁଣ ସଂସାର ପ୍ରତିପୋଷଣ କରିବେ ଓ ଧାର କରଜ ସୁଝିବେ ଭାବି ହତାଶ ହୋଇପଡି ଛନ୍ତି ଚାଷୀକୁଳ। ତୁରନ୍ତ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ନେବେଦନ କରିଛନ୍ତି।

Related posts

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ପୋଲ ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍‌ : ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

mahabharatanews

ଟେଟ୍ରା ପ୍ୟାକରେ ମିଳିବ 180 ml ମଦ

mahabharatanews