ଓଡିଶା

ପଥର ଧସି ୩ ଜଣଙ୍କ ମୃତ୍ୟୁ

ରାୟଗଡ଼ା: କୋରାପୁଟ-କିରୁଣ୍ଡୁଲ ରେଳ ଲାଇନ ବୋରା କେଭ ନିକଟରେ ପଥର ଧସି ୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ରେଳ କର୍ମଚାରୀ ରହିଛନ୍ତି । କାଳ ବୈଶାଖୀ ଜନିତ ବର୍ଷାରେ ରେଳ ଲାଇନ ଉପରେ ପାଖ ପାହାଡରୁ ପଥର ଧସିଥିଲା । ଫଳରେ ରେଳ ଧାରଣାରେ କାମ କରୁଥ କାତାରା ବିରା ସ୍ୱାମୀ (୫୪), ଚୁକା ସୁରୀ ବାବୁ (୪୫) ଓ ସୁରେଶ (୪୨)ଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସୁଙ୍ଗି ବ୍ୟାରୁକୁ କୋଟା ମେଡିକାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଗତକାଲି ବୋରା କେଭ-ଚିମିଡ଼ିପଲ୍ଲୀ ଷ୍ଟେସନ ମଧ୍ୟରେ ପଥର ଧସିଥିଲା। ଖବର ପାଇ ରେଳ କର୍ମଚାରୀ ଓ ଶ୍ରମିକମାନେ ଘଟଣାସ୍ଥଳରେ ପହଞ୍ଚି ରେଳ ଲାଇନରୁ ପଥର ହଟାଉଥିଲେ। ଏହି ସମୟରେ ପୁଣି ପଥର ଧସିବା ଯୋଗୁ ଶ୍ରମିକମାନେ ଚାପି ହୋଇ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ୨ ଶ୍ରମିକ ବିରା ସ୍ୱାମୀ ଓ ସୁରୀ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ରାସ୍ତାରେ ରେଳ କର୍ମଚାରୀ ସୁରେଶଙ୍କ ମୃତ୍ୟୁ ହୋଇଥିଲା।

Related posts

ସିଦ୍ଧ ଭାରତୀ ବିଦ୍ୟା ମନ୍ଦିରରେ ମାତୃ ସମ୍ମିଳନୀ

mahabharatanews

ବିଷାକ୍ତ ଛତୁ ଖାଇ ୧୦ ଗୁରତର

mahabharatanews

କୋଣାର୍କ ନୃତ୍ୟ ସଙ୍ଗୀତ ମହୋତ୍ସବ ଉଦଘାଦଟିତ

mahabharatanews