Uncategorized

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

ଚେନ୍ନାଇ: କରୋନା ଭୂତାଣୁକୁ ପ୍ରତିହତ କରିବାକୁ ବିଭିନ୍ନ ଦେଶ ଟୀକା ଔଷଧ ପ୍ରସ୍ତୁତ କରୁଥିବା ବେଳେ ଭାରତ ମଧ୍ୟ ଆର୍ୟୁବେଦ ତଥା ଭେଷଜ କ୍ଷେତ୍ରରେ ଔଷଧ ପ୍ରସ୍ତୁତ କରିବାରେ ଲାଗିଛି । ଏହି ଚିକିତ୍ସା ନିମନ୍ତେ ଆର୍ୟୁବେଦରେ ଔଷଧ ପ୍ରସ୍ତୁତ କରାଯାଇଥିବା ଦାବି କରାଯାଉଛି । ଏପରି ସମୟରେ ଏହି ଔଷଧ ଖାଇ ତାମିଲନାଡୁ ହର୍ବାଲ୍ ପ୍ରଡକ୍ଟ୍‌ କମ୍ପାନିର ଜଣେ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଉକ୍ତ ଔଷଧକୁ ସେ ଓ ତାଙ୍କ ମାଲିକ ତିଆରି କରିଥିଲେ।
କମ୍ପାନିର ଫାର୍ମାସିଷ୍ଟ୍‌ ତଥା ପ୍ରଡକ୍ସନ୍ ମ୍ୟାନେଜର୍ ୪୭ ବର୍ଷୀୟ କେ ଶିବନେସନ୍ ଓ ତାଙ୍କ ମାଲିକ ୬୭ ବର୍ଷୀୟ ରାଜକୁମାର ତିଆରି କରିଥିବା ଔଷଧକୁ ନିଜେ ଖାଇ ପରୀକ୍ଷା କରୁଥିଲେ। ଔଷଧ ଖାଇବା ପରେ ଉଭୟ ବେହୋସ ହୋଇଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ କର୍ମଚାରୀ ଶିବନସେନଙ୍କ ମୃତ୍ୟୁ ହୋଇଛି । ପେରୁଙ୍ଗୁଡ଼ି ନିବାସୀ ଶିବନସେନ୍ ବେଶୀ ପରିମାଣର ଔଷଧ ଖାଇ ଦେଇଥିବାରୁ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହେଲା। କିନ୍ତୁ, ରାଜକୁମାର ସେହି ଔଷଧରୁ ମାତ୍ର ଅଳ୍ପ କେଇ ବୁନ୍ଦା ଖାଇଥିଲେ। ଏବେ ସେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

Related posts

ଜେଏନୟୁ ହିଂସା: ପୋଲିସ, ହ୍ୱାଟ୍ସଆପ, ଗୁଗୁଲକୁ କୋର୍ଟଙ୍କ ନୋଟିସ

mahabharatanews

ଅଯୋଧ୍ୟା ମାମଲା: ସୁପ୍ରିମକୋର୍ଟରେ ‘ପିଏଫଆଇ’ର କ୍ୟୁରେଟିଭ ପିଟିସନ ଦାଖଲ

mahabharatanews

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶାରଫ

mahabharatanews