Uncategorized

ସପ୍ତାହକ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ବିମାନ ସେବା

(ମମତା ସାମଲ ): ସପ୍ତାହକ ମଧ୍ୟରେ ପୁଣି ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା। ଏନେଇ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକ୍ ଡାଉନ୍ ଘୋଷଣା ହେବାପରେ ମାର୍ଚ୍ଚ ୨୪ରୁ ବିମାନ ସେବା ବାତିଲ କରାଯାଇଥିଲା। ତେବେ ପୁଣି ଥରେ ମେ’ ୧୫ ପୂର୍ବରୁ ମଧ୍ୟ ବିମାନ ସେବା ଆରମ୍ଭ କରିବାକୁ ଯୋଜନା ହେଉଛି। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। କିନ୍ତୁ ଘରୋଇ ବିମାନ ସେବା ଆରମ୍ଭର ନିର୍ଦ୍ଦିଷ୍ଟ ତାରିଖ ନେଇ ଏଯାଏଁ ନିଷ୍ପତି ହୋଇନାହିଁ । ଘରୋଇ ବିମାନ ସେବା ଆରମ୍ଭ ହେବା ପାଇଁ ରାଜ୍ୟରେ ଥିବା ଆନୁସଙ୍ଗିକ ସୁବିଧାର ମଧ୍ୟ ଅନୁଧ୍ୟାନ କରିବାକୁ ପଡିବ।

ଗ୍ରୀନ ଜୋନ ଗୁଡିକ ମଧ୍ୟରେ ବିମାନ ସେବା ଆରମ୍ଭ ସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

Related posts

ଦିଲ୍ଲୀ ହିଂସା: ସାହରୁଖର ବନ୍ଧୁକ ଉଦ୍ଧାର

mahabharatanews

କାନାଡାରେ ପାକ ସାମାଜିକ କର୍ମୀଙ୍କ ମୃତଦେହ କାନାଡାରୁ ଉଦ୍ଧାର

mahabharatanews

ଆଜି ୨୪ ଘଣ୍ଟାରେ ୯୦,୮୦୨ କରୋନା ଆକ୍ରାନ୍ତ ଚିହ୍ନଟ, ୧୦୧୬ ମୃତ୍ୟୁ

mahabharatanews