ଶିକ୍ଷା

ଆରମ୍ଭ ହେଲା ସିବିଏସଇ ଖାତା ମୂଲ୍ୟାୟନ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର ଯେଉଁ ପରୀକ୍ଷା ଶେଷ ହୋଇଛି ସେଗୁଡ଼ିକର ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷକମାନେ ନିଜ ଘରେ ବସି ଖାତା ଦେଖିବେ। ମୂଲ୍ୟାୟନ ପ୍ରକ୍ରିୟା ୫୦ ଦିନରେ ଶେଷ ହେବ। ଏହାଦ୍ବାରା ଫଳାଫଳ ପ୍ରକାଶରେ ଆଉ ବିଳମ୍ବ ହେବ ନାହିଁ। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ରମେଶ ପେଖରିୱାଲ ନିଶଙ୍କ ଶନିବାର ଏହି ସୂଚନା ଦେଇଛନ୍ତି।
ତାଲାବନ୍ଦ ପୂର୍ବରୁ ପ୍ରାୟ ୩୦ପ୍ରତିଶତ ଖାତା ମୂଲ୍ୟାୟନ ଶେଷ ହୋଇଥିଲା। ପୁନଃ ମୂଲ୍ୟାୟନ ଆରମ୍ଭ ସଂକ୍ରାନ୍ତ ମାନବ ସମ୍ବଳ ବିଭାଗର ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। ସାମାଜିକ ଦୂରତା ରକ୍ଷା ପାଇଁ କୌଣସି ପରୀକ୍ଷା କେନ୍ଦ୍ର ପରିବର୍ତ୍ତେ ପରୀକ୍ଷକମାନେ ସେମାନଙ୍କ ଘରେ ରହି ଖାତା ମୂଲ୍ୟାୟନ କରିବେ ଏବଂ ଏଥିପାଇଁ ୩୦୦୦ ସ୍କୁଲ୍‌ରୁ ଦେଢ଼ କୋଟିରୁ ଅଧିକ ଖାତା ମୂଲ୍ୟାୟନ କରିବାକୁ ଥିବା ପରୀକ୍ଷକମାନଙ୍କ ଘରକୁ ପଠାଯିବ। ଚଳିତ ବର୍ଷ ଦଶମ ଶ୍ରେଣୀରେ ପ୍ରାୟ ୨୦ ଲକ୍ଷ ଓ ଦ୍ୱାଦଶ ଶ୍ରେଣୀରେ ୧୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଶୁକ୍ରବାର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ବାକିଥିବା ଦାମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଜୁଳାଇ ୧ରୁ ୧୫ ମଧ୍ୟାରେ ଅନୁଷ୍ଠିତ ହେବ ବୋଲି ଘୋଷଣା ହୋଇଥିଲା।

Related posts

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ

mahabharatanews

ଚଳିତବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ସାରା ଦେଶରେ ଟପର୍‌ ହୋଇଛନ୍ତି ଓଡ଼ିଆ ଛାତ୍ରୀ

mahabharatanews