Uncategorized

ଦେଶରେ ୨୪ ଘଣ୍ଟାରେ ୪୨୧୩ ସଂକ୍ରମିତ, ୯୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ତାର କାୟା ବିସ୍ତାର କରିବାରେ ଲାଗି ଯାଇଛି । ସୋମବାର ସକାଳ ସୁଦ୍ଧା ଦେଶରେ ମୋଟ ୬୭ ହଜାର ୧୫୨ ଜଣ ସଂକ୍ରମିତ ହୋଇଥିବାବେଳେ ୨୨୦୬ ଜଣଙ୍କ ମୃତ୍ୟୁ ଘଟିଛି। ୨୦ ହଜାର ୯୧୭ ଜଣ ସୁସ୍ଥ ହୋଇଛନ୍ତି ଓ ୪୪ ହଜାର ୨୯ ଜଣ ଚିକିତ୍ସାଧୀନ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪୨୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୭ ଜଣଙ୍କ ମୃତ୍ୟୁ ହୋଇଛି।
ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨୨ ହଜାର ୧୭୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୩୨ ଜଣ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୨ୟ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଠାରେ ୮୧୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୯୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଦିଲ୍ଲୀରେ ୬୯୨୩ ଆକ୍ରାନ୍ତ ଓ ୭୩ ମୃତ, ତାମିଲନାଡୁରେ ୭୨୦୪ ଆକ୍ରାନ୍ତ ଓ ୪୭ ମୃତ, ରାଜସ୍ଥାନରେ ୩୮୯୮ ଆକ୍ରାନ୍ତ ଓ ୧୦୮ ମୃତ, ମଧ୍ୟପ୍ରଦେଶରେ ୩୬୧୪ ଆକ୍ରାନ୍ତ ଓ ୨୧୫ ମୃତ, ଉତ୍ତରପ୍ରଦେଶରେ ୩୪୬୭ ଆକ୍ରାନ୍ତ ଓ ୭୯ ମୃତ, ଆନ୍ଧ୍ରପ୍ରଦେଶରେ ୧୯୮୦ ଆକ୍ରାନ୍ତ ଓ ୪୫ ମୃତ, ପଞ୍ଜାବରେ ୧୮୨୩ ଆକ୍ରାନ୍ତ ଓ ୩୧ ମୃତ, ପଶ୍ଚିମବଙ୍ଗରେ ୧୯୩୯ ଆକ୍ରାନ୍ତ ଓ ୧୮୫ ମୃତ, ତେଲେଙ୍ଗାନାରେ ୧୧୯୬ ଆକ୍ରାନ୍ତ ଏବଂ ୩୦ ଜଣଙ୍କ ମୃତ୍ୟୁ ଘଟିଛି।

Related posts

ମହାଶିବରାତ୍ରି ନେଇ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ

mahabharatanews

ନିର୍ବାଚନକୁ ନେଇ ଚିନ୍ତାରେ ଇସିଆଇ

mahabharatanews

କୋରୋନାରୁ ବାଦ ପଡିଲେନି ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

mahabharatanews