ଓଡିଶା

କରୋନା ସଂକ୍ରମଣରେ ରେକର୍ଡ: ଏକାଥରକେ ୧୦୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: କରୋନା ସଂକ୍ରମଣରେ ଆଜି ରାଜ୍ୟ ରେଡର୍କ କରିଛି । ଏକାଥରକେ ୧୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୫୩୮ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫୨ ଥିବା ବେଳେ ବାଲେଶ୍ୱରରୁ ୩୩, ସୁନ୍ଦରଗଡ, ଯାଜପୁରରୁ ୭ ଜଣ ଲେଖା, କେନ୍ଦୁଝରରୁ ୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ଏହି ସୂଚନା ପ୍ରଦାନ କରାଯାଇଛି ।
ଗଞ୍ଜାମରେ ୫୨ ଜଣ ନୂଆ କରୋନା ପଜିଟିଭକୁ ମିଶାଇ ଜିଲ୍ଲାରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୨୧୦ ହୋଇଛି । ବାଲେଶ୍ୱରରେ ଏହି ନୂଆ ୩୩ ପଜିଟିଭଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଂଚିଛି । ଯାଜପୁରରେ କରୋନା ପଜିଟିଭଙ୍କ ସଂଖ୍ୟା ୭୧, ସୁନ୍ଦରଗଡ଼ରେ ଆକ୍ରାନ୍ତ ତାଲିକାରେ ୭ ଜଣ ମିଶିଲା ପରେ ୨୩, ହୋଇଛି । ଓଡ଼ିଶାରେ ୪୧୯ଟି ସକ୍ରିୟ ମାମଲା ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩ ଜଣଙ୍କର କରୋନା ସଂକମଣରେ ମୃତ୍ୟୁ ଘଟିଛି ।

Related posts

ଲାଇନ ସଜାଡୁଥିବା ବେଳେ ବିଦ୍ୟୁୂତ ବିଭାଗ କର୍ମଚାରୀଙ୍କ ମୃତ୍ୟୁ

mahabharatanews

୧୯୯୮ ମସିହା ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ ପର୍ବ

mahabharatanews

ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews